ଏମସିଏଲର ଜେନେରାଲ ମ୍ୟାନେଜର (ସିଭିଲ)ଙ୍କ ଆତ୍ମହତ୍ୟା ; ସିଭିସି ଗତକାଲି କରିଥିଲା ଚଢାଉ

Published By : Prameya-News7 Bureau | February 06, 2019 IST

ଝାରସୁଗୁଡା ୬|୨: ବ୍ରଜରାଜନଗର ଇବଭ୍ୟାଲି ସ୍ଥିତ ଏମସିଏଲର ଜେନେରାଲ ମ୍ୟାନେଜର (ସିଭିଲ) କିଶଲେ କୁମାର ନିଜ କାର୍ଯ୍ୟାଳୟ ଚାମ୍ବର ଭିତରେ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ସେ ନିଜ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନିଜ ଚାମ୍ବର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ୫୬ବର୍ଷ ବୟସ ହୋଇଥିବା ଜଣାପଡିଛି ।

{"id":82348}

ଗତକାଲି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି) ଏମସିଏଲର ଇବଭ୍ୟାଲି ଜିଏମ୍ କାର୍ଯ୍ୟାଳୟରେ ଚଢାଉ କରିଥିଲା । ସମ୍ଭବତଃ ସିଭିସି କିଛି ଅନିୟମିତତା ଧରିଥିବା ଯୋଗୁଁ ମାନସିକ ଚାପରେ ଆସି କିଶଲେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଆଲୋଚନା ହେଉଛି । ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.