Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି – ଶ୍ରମ ମନ୍ତ୍ରୀ
  • ||
  • କଟକ : ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପିକ୍‌ରେ ରହିପାରେ କରୋନା ସଂକ୍ରମଣ
  • ||
  • ପୁରୀ : ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ
  • ||
  • ମହାକାଳପଡା : ହରିଣ ମାଂସ ବୋଝେଇ ଅଟୋ ଜବତ, ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର
  • ||
  • ରାୟଗଡା : ତ୍ରିପୁରା ଯିବାବେଳେ ରେଳ ଷ୍ଟେସନରୁ ୬ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର
  • ||
  • ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨ଟି ଗାଁ ସଟଡାଉନ୍ ଘୋଷଣା, କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପଦକ୍ଷେପ
  • ||
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||

ରାଜ୍ୟରେ ଥିବା ୩ଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍ ବୃଦ୍ଧି

22/06/2019 at 9:35 AM

ଭୁବନେଶ୍ବର ୨୨|୬: ରାଜ୍ୟରେ ଥିବା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍  ବୃଦ୍ଧି କରାଯାଇଛି । ମେଡିକାଲ କାଉନସିଲ ଅଫ୍  ଇଣ୍ଡିଆ (ଏମସିଆଇ) ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଆର୍ଥିକ  କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସିଟ୍  ବଢ଼ାଯାଇଛି । ଦେଶରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକରେ ସିଟ୍  ବୃଦ୍ଧିକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଞ୍ଜୁର କରିବା ପରେ ଏମସିଆଇ ପକ୍ଷରୁ ସିଟ୍  ବୃଦ୍ଧି କରାଯାଇଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ବାରିପଦା ପାଇଁ ୨୫ ଏମବିବିଏସ୍  ସିଟ୍  ବଢାଯାଇ ଥିବାବେଳେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କୋରାପୁଟରେ ୨୫ ଓ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍  ମେଡିକାଲ ସାଇନ୍ସ ଆଣ୍ଡ୍  ରିସର୍ଚ୍ଚ ବୁର୍ଲାରେ ୫୦ ଏମବିବିଏସ୍  ସିଟ୍  ବଢିଛି । ଶିକ୍ଷାବର୍ଷ ୨୦୧୯-୨୦ରୁ ଏହା ଲାଗୁ ହେବ । ପୂର୍ବରୁ ବାରିପଦା ମେଡିକାଲ କଲେଜରେ ୧୦୦ ଏମବିବିଏସ୍  ସିଟ୍  ଥିବାବେଳେ ଏହି ବୃଦ୍ଧି ଯୋଗୁଁ ଚଳିତ ବର୍ଷ ୧୨୫ ସିଟ୍ ରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇବେ । କୋରାପୁଟ ମେଡିକାଲ କଲେଜରେ ୧୦୦ ସିଟ୍  ଥିଲା । ଏବେ ୧୨୫କୁ ବୃଦ୍ଧି ପାଇଛି । ବୁର୍ଲା ମେଡିକାଲ କଲେଜରେ ୧୫୦ ସିଟ୍  ଥିଲାବେଳେ ବୃଦ୍ଧି ଯୋଗୁଁ ୨୦୦ ସିଟ୍ ରେ ଛାତ୍ରଛାତ୍ରୀ ନାମ ଲେଖାଇବେ।

   Related Posts