ମହିଳା ସହକର୍ମୀଙ୍କ ସହମତିରେ ତାଙ୍କ ସହ ଶାରୀରିକ ସଂପର୍କ ରଖିବାରୁ ମ୍ୟାକ୍ ଡୋନାଲଡ କମ୍ପାନୀର ସିଇଓଙ୍କୁ ଭୋଗିବାକୁ ପଡିଲା ଏପରି ଦଶା

Published By : Prameya-News7 Bureau | November 05, 2019 IST

ନୂଆଦିଲ୍ଲୀ୫/୧୧: ମ୍ୟାକ ଡ଼ୋଲାନଡ୍‌ (McDonald)ର ସିଇଓ ଷ୍ଟିଭ୍ ଇଷ୍ଟରବ୍ରୁକ୍‌ଙ୍କୁ କମ୍ପାନୀରୁ ବାହାର କରି ଦିଆଯାଇଛି। ଆମେରିକାର ଗଣମାଧ୍ୟମ ସିଏନଏନକୁ ମ୍ୟାକ୍‌ ଡ଼ୋନାଲଡ୍ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି । ଷ୍ଟିଭ୍‌ ଇଷ୍ଟରବ୍ରୁକ୍ କମ୍ପାନୀ ନିୟମ ଭାଙ୍ଗିଛନ୍ତି। ଷ୍ଟିଭ୍‌ ଇଷ୍ଟରବ୍ରୁକ୍ ମହିଳା ସହକର୍ମୀଙ୍କ ସହମତିରେ ତାଙ୍କ  ସହ ଶାରୀରିକ ସଂପର୍କ ରଖିଥିଲେ। ଏହା କମ୍ପାନୀର ନିୟମ ବିରୋଧ ହୋଇଥିବାରୁ ତାଙ୍କୁ କମ୍ପାନୀରୁ ବାହାର କରି ଦିଆଯାଇଛି ବୋଲି ସୂଚନା ଦିଆଯାଇଛି ।

କମ୍ପାନୀ ପକ୍ଷରୁ ଏହା ବି କୁହାଯାଇଛି କି ଷ୍ଟିଭ୍‌ ଇଷ୍ଟରବ୍ରୁକ୍ ନିଜକୁ ନିର୍ଦୋଷ ବୋଲି ପ୍ରମାଣିତ କରିବା ଲାଗି ଚେଷ୍ଟା କରିଥିଲେ। ହେଲେ ନିଜ ସପକ୍ଷରେ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରି ପାରି ନ ଥିଲେ। ତେଣୁ ତାଙ୍କୁ ହଟାଇ ଦିଆଯାଇ ତାଙ୍କ ବଦଳରେ କ୍ରିସ୍‌ କେମ୍ପୋସିନ୍‌ଜକୀ(Chris Kempsinzki)ଙ୍କୁ ନିଯୁକ୍ତି ଦିଆଯାଇଛି।

 ୨୦୧୫ ମସିହାରେ ଆମେରିକା ମ୍ୟାକ୍‌ଡ଼ୋଲାନଡ୍‌ କମ୍ପାନୀରେ  କ୍ରିସ୍‌ କେମ୍ପୋସିନ୍‌ଜକୀ ଯୋଗ ଦେଇଥିଲେ । ତାଙ୍କୁ ନୂଆ ଦାୟିତ୍ବ ମିଳିଛି।  କ୍ରିସ୍‌ କେମ୍ପୋସିନ୍‌ଜକୀ କହିଛନ୍ତି ଯେ କମ୍ପାନୀର ଆହୁରି ଉନ୍ନତି ଦିଗରେ ସେ ନିଶ୍ଚିତ କାମ କରିବେ।

ଷ୍ଟିଭ୍ ଇଷ୍ଟରବ୍ରୁକ୍‌ ଇ-ମେଲ ମାଧ୍ୟରେ ନିଜ ଦୋଷ ପାଇଁ କ୍ଷମା ମାଗିଥିବା କଥା ସୂଚନା ମିଳିଛି। କମ୍ପାନୀ ନିୟମ ବିରୋଧରେ ସହକର୍ମୀଙ୍କ ସହ ଷ୍ଟିଭ୍‌ ଇଷ୍ଟରବ୍ରୁକ୍ ଶାରୀରିକ ସଂପର୍କ ରଖିଥିଲେ। ତେଣୁ କମ୍ପାନୀରୁ ତାଙ୍କୁ ବାହାର କରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.