Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଏମସି ମେରି କମଙ୍କ ଭାଙ୍ଗିଲା ଅଲିମ୍ପିକ ପଦକ ସ୍ଵପ୍ନ, କୋଲମ୍ଵିଆ ବକ୍ସରଙ୍କଠୁ ହାରିଲେ

29/07/2021 at 4:20 PM

ଟୋକିଓ ୨୯।୦୭:  ଛଅ ଥରର ବିଶ୍ଵ ଚାମ୍ପିଅନ ଏମସି ମେରି କମ(୫୧ କିଗ୍ରା)ଙ୍କ ଭାଙ୍ଗିଲା  ଟୋକିଓ ଅଲିମ୍ପିକ ପଦକ ଜିତିବାର ସ୍ଵପ୍ନ। ମେରି କମ ମହିଳା ବକ୍ସିଂର ପ୍ରି କ୍ଵାର୍ଟର ଫାଇନାଲରେ କୋଲମ୍ଵିଆର ତୃତୀୟ ମାନ୍ୟତାପ୍ରାପ୍ତ ଇଙ୍ଗ୍ରିଟ୍ ଭାଲେନସିଆଙ୍କଠୁ ପରାଜିତ ହୋଇଛନ୍ତି। ଏଥିସହ ମେରି କମଙ୍କ ଟୋକିଓ ଅଲିମ୍ପିକ ଅଭିଯାନ ନିରାଶର ସମାପ୍ତ ହୋଇଛି।

ପ୍ରଥମ ରାଉଣ୍ଡରେ ମେରି କମ କୋଲମ୍ବିଆ ବକ୍ସରଙ୍କଠୁ ୧-୪ରେ ହାରିଥିଲେ। ଦ୍ଵିତୀୟ ରାଉଣ୍ଡରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଭାରତୀୟ ବକ୍ସର ୩-୨ରେ ଜିତିଥିଲେ। କିନ୍ତୁ ତୃତୀୟ ରାଉଣ୍ଡରେ ଭାଲେନସିଆ ମୁକାବିଲାକୁ ୩-୨ରେ ଜିତି ନେଇଥିଲେ।

କୋଲମ୍ବିଆର ଏହି ଖେଳାଳି ୨୦୧୬ ରିଓ ଅଲିମ୍ପିକର କାଂସ୍ୟ ପଦକ ଜିତିଥିଲେ। ମେରି କମ ଏହା ପୂର୍ବରୁ ଦୁଇ ଥର କୋଲମ୍ବିଆ ବକ୍ସରଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ଉଭୟ ଥର ଜିତିଥିଲେ। ଏଥିରେ ୨୦୧୯ ବିଶ୍ଵ ଚାମ୍ପିଅନଶିପର କ୍ଵାର୍ଟର ଫାଇନାଲ ମଧ୍ୟ ସାମିଲ। ହେଲେ ଆଜିର ମୁକାବିଲାରେ କୋଲମ୍ବିଆର ବକ୍ସର ଇଙ୍ଗ୍ରିଟ୍ ଭାଲେନସିଆ ତାଙ୍କ ଉପରେ ଭାରି ପଡିଛନ୍ତି। ମେରି କମ ଭାଲେନସିଆଙ୍କଠୁ ୩-୨ରେ ପରାଜିତ ହୋଇଛନ୍ତି।

ଏହା ପୂର୍ବରୁ ମେରି କମ ଡୋମିନିକା ଗଣରାଜ୍ୟର ମିଗୁଏଲିନା ଗାର୍ସିଆଙ୍କୁ ହରାଇ ଟୋକିଓ ଅଲିମ୍ପିକର ପ୍ରିକ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୦୧୨ ଅଲିମ୍ପିକରେ ମେରି କମ କାଂସ୍ୟ ପଦକ ଜିତିଥିଲେ।

   Related Posts