ଏମବିବିଏସ୍ ମହିଳା ଡାକ୍ତରଙ୍କୁ ଗଳା କାଟି ହତ୍ୟା

Published By : Prameya-News7 Bureau | May 02, 2019 IST

ନୂଆଦିଲ୍ଲୀ ୨/୫: ସେଣ୍ଟ୍ରାଲ୍ ଦିଲ୍ଲୀର ରଞ୍ଜିତନଗର ଅଞ୍ଚଳରେ ଜଣେ ୨୯ବର୍ଷ ବୟସ୍କା ଏମବିବିଏସ୍ ମହିଳା ଡାକ୍ତରଙ୍କୁ ହତ୍ୟା କରି ଦିଆଯାଇଛି। ଗତ ମଙ୍ଗଳବାର ରାତିରେ ତାଙ୍କ ଘରର ରୁମରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ଶବ ଉଦ୍ଧାର କରାଯାଇଥିଲା। ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ମୃତା ମହିଳାଙ୍କ ନାଁ ଗରିମା ମିଶ୍ରା। ସେ ଗୋରଖପୁରର ବାସିନ୍ଦା। ତଦନ୍ତ ସମୟରେ ଗରିମାଙ୍କର ଏକ ଖାସ୍ ବନ୍ଧୁ ନିଖୋଜ ଥିବା ଜଣା ପଡ଼ିଥିଲା। ପୋଲିସର ସନ୍ଦେହ ତାଙ୍କ ଉପରେ ରହିଛି। ସେ ମଧ୍ୟ ଡାକ୍ତର ଥିବା ଜଣାପଡ଼ିଛି। ପୋଲିସ୍ ସମ୍ବାବିତ ସ୍ଥାନରେ ତାଙ୍କୁ ଖୋଜୁଛି।

ପୋଲିସଙ୍କ କହିବାନୁସାରେ ଗରିମା ମିଶ୍ର ରଞ୍ଜିତ ନଗରର ଏକ ଫ୍ଲାଟର ତୃତୀୟ ମହଲାରେ ଭଡ଼ାରେ ରହୁଥିଲେ। ଏହି ମହଲାରେ ୨ଟି ରୁମ୍ ରହିଛି,ଏଥିରୁ ଗୋଟିଏ ରୁମରେ ସେ ରହୁଥିଲେ। ଅନ୍ୟ ରୁମରେ ତାଙ୍କର ଡାକ୍ତର ବନ୍ଧୁ ଚନ୍ଦ୍ର ପ୍ରକାଶ ଏବଂ ତାଙ୍କର ସହଯୋଗୀ ରାକେଶ ଯାଦବ ରହୁଥିଲେ। ଗରିମା ପୂର୍ବରୁ ଚନ୍ଦ୍ର ପ୍ରକାଶଙ୍କ ସହ ଏନସି ଜୋଶୀ ହସ୍ପିଟାଲରେ କାମ କରୁଥିଲେ। କିନ୍ତୁ ଆଗକୁ ଆହୁରି ପଢ଼ିବା ପାଇଁ ସେ ସେଠାରୁ ଚାକିରୀ ଛାଡ଼ି ଦେଇଥିଲେ। ସେ ପିଜି(ପୋଷ୍ଟ ଗ୍ରାଜୁଏଟ) ପ୍ରସ୍ତୁତି କରିବା ପାଇଁ ଏକ କୋଚିଙ୍ଗ ସେଣ୍ଟରରେ ପଢ଼ୁଥିଲେ। କୋଚିଙ୍ଗ୍ ଛୁଟି ଥିବାରୁ ସେ ନିଜ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ମଙ୍ଗଳବାର ରାତିରେ ବସ ଯୋଗେ ଘରକୁ ଯାଇଥାନ୍ତେ। କିନ୍ତୁ ସେ ଯିବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.