Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସାମାନ୍ୟ ଆଇସ କ୍ରିମ ପାଇଁ ହତ୍ୟାକାଣ୍ଡ : ଏମବିବିଏସ ଛାତ୍ରଙ୍କ ସହ ୩ ସାଙ୍ଗ ଗିରଫ

14/03/2020 at 10:54 AM

ନୂଆଦିଲ୍ଲୀ ୧୪/୩ : ଆଇସ କ୍ରିମ ଟ୍ରିଟରୁ ହତ୍ୟା | ଘଟଣା ଘଟିଛି ରାଜଧାନୀ ଦିଲ୍ଲୀ ଅନ୍ତର୍ଗତ ରୋହିଣୀ ଅଞ୍ଚଳରେ | ହତ୍ୟାକାଣ୍ଡ ଗୁରୁବାର ଦିନ ସକାଳୁ ଘଟିଛି | ହତ୍ୟାକାରୀ ନିଜର ଜଣେ ଭାଇ ଏବଂ ୩ଜଣ ବନ୍ଧୁଙ୍କ ସହ ମିଶି ଯୁବକଙ୍କୁ ହତ୍ୟା କରିଛନ୍ତି | ହତ୍ୟା କରିବା ପରେ ୪ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ | ଫେରାର ହେବାର କିଛି ଘଣ୍ଟା ମଧ୍ୟରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି | ସିସିଟିଭି ଫୁଟେଜ, ଅଭିଯୁକ୍ତଙ୍କ ବାଇକ ନମ୍ବର ଏବଂ କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ସହାୟତାରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବାରେ ସଫଳ ହୋଇଥିଲା |

ମୃତ ଯୁବକ ଜଣକ ହେଲା ଅମିତ ଶର୍ମା ଯାହା ଘର ସେହି ରୋହିଣୀ ଅଞ୍ଚଳରେ | ସେ ନିଜ ବାପାଙ୍କ ମୋଟର ଅଏଲ ମାନୁଫାକଚରିଂ ଦୋକାନ ଚଳାନ୍ତି | ବୁଧବାର ବିଳମ୍ବିତ ରାତିରେ ଘଟିଥିଲା ଘଟଣା | ରୋହିଣୀ ସେକ୍ଟର-୬ ଅଞ୍ଚଳରେ ଅମିତ ନିଜ ଭିଣୋଇ ଏବଂ ଜଣେ ସାଙ୍ଗଙ୍କ ସହ ଆଇସ କ୍ରିମ ଖାଉଥିଲେ | 

ରୋହିଣୀ ଡେପୁଟି କମିଶନର ଏସ ଡି ଶର୍ମାଙ୍କ କହିବାନୁଯାୟୀ, ଅମିତଙ୍କ ପାଖ ପଡୋଶୀରେ ଦୁଇଜଣ ଭାଇ ଲକ୍ଷ ଏବଂ କରନ ନିଜର ଦୁଇ ସାଙ୍ଗ ଧୀରଜ ଏବଂ ଅବିନାଶ ସହ ପାର୍ଟି କରୁଥିଲେ | ଲକ୍ଷ ଏମବିବିଏସ ଫାଇନାଲ ପରୀକ୍ଷାରେ ଉତୀର୍ଣ୍ଣ ହେବା ଖୁସିରେ ସେମାନେ ପାର୍ଟି କରୁଥିଲେ | ସେ ମିରଟର ଏକ କଲେଜରୁ ଏମବିବିଏସ କରିଥିଲେ | ପାର୍ଟି କରିବା ପରେ ୪ଜଣ ଆଇସ କ୍ରିମ ଦୋକାନକୁ ଯାଇଥିଲେ ଯେଉଁଠାରେ ଅମିତ ଏବଂ ତାଙ୍କ ସାଙ୍ଗ ପୂର୍ବରୁ ଉପସ୍ଥିତ ଥିଲେ |

ତେବେ ଆଇସ କ୍ରିମ କିଣିବା ପରେ ୪ଜଣ ଅମିତଙ୍କ ଆଇସ କ୍ରିମ ଟଙ୍କା ମଧ୍ୟ ଯାଚିଥିଲେ | କିନ୍ତୁ ଅମିତ ଏଥିରେ ଅରାଜି ହୋଇଥିଲେ | ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା | ଆପୋଷ ବୁଝାମଣାରେ କଥା ସେତେବେଳେ ଶେଷ ହୋଇଯାଇଥିଲା କିନ୍ତୁ ଅଭିଯୁକ୍ତ ଅମିତ, ତାଙ୍କ ଭିଣୋଇ ଏବଂ ତାଙ୍କ ସାଙ୍ଗଙ୍କ ଠାରୁ ପ୍ରତିଶୋଧ ନେବାକୁ ମନସ୍ତ କରିଥିଲା | ୪ଜଣ ଅଭିଯୁକ୍ତ ପର ଦିନ ସାଢେ ୧୨ଟା ସମୟରେ ଅମିତ, ତାଙ୍କ ଭିଣୋଇ ଏବଂ ସାଙ୍ଗ ସହ ଏକ ସ୍କୁଲ ନିକଟରେ ଦେଖିଥିଲେ ଏବଂ ୩ଜଣଙ୍କୁ ଆକ୍ରମଣ କରିଥିଲେ | ଶର୍ମାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥିଲା |

ଘଟଣା ପରେ ସେଠାକାର ସିସିଟିଭି ଫୁଟେଜ ଏବଂ ସେଠାରେ ଉପସ୍ଥିତ ଜଣେ ପ୍ରତ୍ୟେକ୍ଷଦର୍ଶୀ ଯିଏ ଅଭିଯୁକ୍ତଙ୍କ ବାଇକ ନମ୍ବର ନୋଟ କରିଥିଲେ ସେଥିରୁ ପୋଲିସ ୪ଜଣଙ୍କୁ ଗିରଫ କରିଥିଲା |

ପୋଲିସ ସୂଚନା ଅନୁଯାୟୀ, ଲକ୍ଷଙ୍କ ଭାଇ, ୨୯ ବର୍ଷ ବୟସ୍କ କରନ ଏକ ମୋଟର କମ୍ପାନୀରେ ଜଣେ ସେଲ୍ସ ଏକଜେକ୍ୟୁଟିଭ ଭାବେ କାମ କରୁଥିଲେ | ଧୀରଜ ମଧ୍ୟ ଅନ୍ୟ ଏକ ମୋଟର କମ୍ପାନୀରେ ସେଲ୍ସ ଏକଜେକ୍ୟୁଟିଭ ଭାବେ କାମ କରୁଥିଲେ | ଚତୁର୍ଥ ଅଭିଯୁକ୍ତ ଅବିନାଶ ମାୟାପୁରୀ ଅଞ୍ଚଳରେ ଏକ ସ୍ପେୟାର ପାର୍ଟ ଦୋକାନ ଚଳାଉଥିଲା |

   Related Posts