ଲକ୍ଷ୍ନୌରେ MBBS ଶେଷ ବର୍ଷ ଛାତ୍ରୀଙ୍କ ଆତ୍ମହତ୍ୟା, ଜାଣନ୍ତୁ ସୁଇସାଇଡ୍ ନୋଟରେ ଲେଖିଛନ୍ତି କ'ଣ

Published By : Prameya-News7 Bureau | December 23, 2019 IST

ଲକ୍ଷ୍ନୌ ୧୩।୧୨ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ପିଙ୍କ ସିଟିରେ ଘରଭଡା କରି ରହୁଥିବା ଜନୈକା ଏମବିବିଏସ୍ ଶେଷ ବର୍ଷ ଛାତ୍ରୀ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତା ଅମୃତା ମିଶ୍ର (୩୦) ଓ ସେ ଡା.ଶକୁନ୍ତଳା ମିଶ୍ର ଜାତୀୟ ପୁନର୍ବାସ ବିଶ୍ୱବିଦ୍ୟାଳୟରେ ଏମବିବିଏସ୍ ଶେଷ ବର୍ଷର ଛାତ୍ରୀ ଥିବା ପୋଲିସ ଚିହ୍ନଟ କରିଛି। ପିଙ୍କସିଟିରେ ସେ ଶିବକୁମାରୀଙ୍କ ବିଲ୍ଡିଂର ଦ୍ୱିତୀୟ ମହଲାରେ ରହୁଥିବା ବେଳେ ତାଙ୍କ ସହ ପ୍ରୀତି ନାମ୍ନୀ ଅନ୍ୟ ଜଣେ ଯୁବତୀ ରହନ୍ତି।

ତେବେ ଯୁବତୀ ଗାଁକୁ ଯାଇଥିବା ବେଳେ ଘରେ ଏକାକୀ ଅମୃତା ରହୁଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ପିଲାଙ୍କୁ ଟ୍ୟୁସନ ପଢାଇ ନିଜେ ଏମବିବିଏସ୍ ପଢୁଥିଲେ। ହେଲେ ଫାଇନାଲ ପରୀକ୍ଷା ପୂର୍ବରୁ ସେ ଗଳାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଶବ ଜବତ କରିବା ସହ ପୋଷ୍ଟମର୍ଟମ ଲାଗି ପଠାଇଥିବା ବେଳେ ମାମଲାର ତଦନ୍ତ ଆରମ୍ଭ କରିଛି।

ଅମୃତାଙ୍କ ବିବାହ ପ୍ରସ୍ତାବ ପଡିଥିଲା। ହରଦୋଇର ଜନୈକ ଯୁବକଙ୍କ ସହ ତାଙ୍କର ବିବାହ ଲାଗି ଚୂଡାନ୍ତ ହୋଇଥିବା ବେଳେ ଏମବିବିଏସ୍ ଫାଇନାଲ ପରୀକ୍ଷା ପରେ ବିବାହ ହୋଇଥାନ୍ତା। ତେବେ ଅମୃତା ବିବାହ କରିବାକୁ ଚାହୁଁ ନଥିଲେ ଓ ସେ ଏକାକୀ ରହିବାକୁ ଇଛୁକ ଥିଲେ। ଯଦି ବିବାଦ ନ କରିବେ ତାଙ୍କୁ ଲୋକେ ନାନା କଥା କହିବେ ବୋଲି ସେ ଏକ ଚିଠିରେ ଲେଖିଥିବା ବେଳେ ବିବାହ କରି ଚଳିପାରିବେନି ବୋଲି ଉଲ୍ଲେଖ କରିଥିଲେ। ଏଥିରେ ସେ ତାଙ୍କ ପିତାଙ୍କ ମୋବାଇଲ ନମ୍ବର ଲେଖି ତାଙ୍କୁ ଜଣାଇଦେବାକୁ ପତ୍ରରେ ଲେଖିଥିବା ଜଣାପଡିଛି। ତେବେ ମାମଲାର ତଦନ୍ତ ହେଉଥିବା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.