ଏମବିବିଏସ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | October 07, 2021 IST

ବଲାଙ୍ଗୀର ୦୭/୧୦:  ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଡ଼ାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛତ୍ରୀ ହେଲେ ୨୦ ବାର୍ଷିୟ ନିରୂପମା ନନ୍ଦ। ସେ ତୃତୀୟ ବର୍ଷ ଏମବିବିଏସ ରେ ପାଠ ପଢୁଥିଲେ। ତାଙ୍କ ଘର ବଲାଙ୍ଗିର ସିଭିଲ କୋର୍ଟ ନିକଟରେ ବୋଲି ଜଣା ପଡିଛି ।

ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ପରେ ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇଛି ପୋଲିସ। ତେବେ ନିରୂପମାଙ୍କର କେମିତି ମୃତ୍ୟୁ ହେଲା ଜଣାପଡିନାହିଁ । ତେବେ ନିରୂପମାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.