ଶିକ୍ଷାଗତ ଯୋଗ୍ୟତା ଏମବିଏ, ହେଲେ ମଶାଣୀରେ ରାତି କାଟନ୍ତି ଏହି ଗୁଜରାତୀ ମହିଳା, ଜାଣନ୍ତୁ କାରଣ

Published By : Prameya-News7 Bureau | March 28, 2019 IST

wp:heading {"level":5}
ସାଧାରଣତଃ କୌଣସି ମହିଳା କିମ୍ୱା ପୁରୁଷ ଅଧିକ ପାଠ ପଢି ଭଲ ଡିଗ୍ରୀ ହାସଲ କରିଲେ ଭଲ ଚାକୀରି କରିବାକୁ ଚାହିଁଥାନ୍ତି। ଏହା ଦ୍ୱାରା ମଣିଷ ଅଧିକ ଆୟ କରି ଭଲ ଜୀବନ ଯାପନ କରିଥାଏ। କିନ୍ତୁ ଜାଣନ୍ତୁ ଏମିତି ଜଣେ ମହିଳାଙ୍କ ବିଷୟରେ ଯିଏ ଏମ୍‌ବିଏ ଡିଗ୍ରୀ ହାସଲ କରି ମଧ୍ୟ ମଶାଣୀରେ ରାତି କାଟିବାର ପେଶା ଗ୍ରହଣ କରିଛନ୍ତି।
/wp:heading {"id":97818}
wp:heading {"level":5}
ଆନ୍ଧ୍ରପ୍ରଦେଶରେ ରହୁଥିବା ଏହି ଗୁଜରାତୀ ମହିଳା ମହିଳା ପାଠ ପଢି ମଧ୍ୟ ଅଘୋରୀ ଓ ତାନ୍ତ୍ରିକଙ୍କ ଭଳି ଜୀବନ ଯାପନ କରିବା ପସନ୍ଦ କରନ୍ତି। ସୂଚନାଯୋଗ୍ୟ ଯେ, ପ୍ରୟାଗରାଜ କୁମ୍ଭ ମେଳାରେ ଏହି ମହିଳାଙ୍କୁ ଦେଖିବାକୁ ମିଳିଥିଲା। କମ୍ପ୍ୟୁଟର ଆପ୍ଲିକସନ ସହ ସ୍ନାତକର ଡିଗ୍ରୀ ଓ ଏଚଆରରେ ଏମ୍‌ବିଏ କରିଛନ୍ତି ଏହି ମହିଳା। ରିପୋର୍ଟ ଅନୁସାରେ ନିଜ ପଢା ସାରି ସେ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ।
/wp:heading {"id":97816,"width":578,"height":495}
wp:heading {"level":5}
୮ ବର୍ଷ ଚାକୀରି କରିବା ପରେ ସେ ଇସ୍ତଫା ଦେଇ ନିଜକୁ ମୁକ୍ତ କରିଥିଲେ। ଏହା ପରେ ସେ ମଶାଣୀରେ ରାତି କାଟିବା ଆରମ୍ଭ କରିଲେ। ସେଠାରେ ସେ ମାଁ କାଳି ଓ ଭଗବାନ ଶିବଙ୍କୁ ପୂଜା କରୁଥିଲେ। ବିବାହ କରିଲା ପରେ ମଧ୍ୟ ଏହି ମହିଳା ଅଘୋରୀ ଭଳି ବଞ୍ଚିବା ପସନ୍ଦ କରିଲେ। ତାଙ୍କର ଛୋଟ ଝିଅଟିଏ ଅଛି ଯାହାକୁ ସେ ବହୁତ ଭଲ ପାଆନ୍ତି।
/wp:heading wp:heading {"level":5}
ସଂସାରରୁ ଦୂରାଇ ଏଭଳି ଜୀବନ କାଟିବା ପସନ୍ଦ କରନ୍ତି। ଆଜିକାଲି ଲୋକେ ପାଠ ପଢିବା ପସନ୍ଦ କରନ୍ତି କାରଣ ଏହି ମାଧ୍ୟମରୁ ନିଜ ସ୍ୱତନ୍ତ୍ର ଜୀବନ ବଞ୍ଚିହେବ। କିନ୍ତୁ ଏହି ମହିଳା ପାଠ ପଢି ମଧ୍ୟ ତାର ଉପଯୋଗ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଧାରଣତଃ ମହିଳାଙ୍କୁ ମଶାଣୀକୁ ଯିବା ପାଇଁ ବାରଣ କରାଯାଇଥାଏ।  କିନ୍ତୁ ଏହି ମହିଳା କହିଛନ୍ତି ତାଙ୍କୁ ମଶାଣୀ ଯିବାକୁ ଭାରି ଭଲ ଲାଗେ। ସେଠାରେ ତାଙ୍କ ଆତ୍ମାକୁ ଶାନ୍ତି ମିଳେ ଓ ସେ ଖୁସି ଅନୁଭବ କରନ୍ତି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.