‘ଇସ୍କବାଜ’ର ସୁରଭି ଚନ୍ଦନା ଏବେ ଡେଟିଂରେ ମସଗୁଲ୍, ଜାଣନ୍ତୁ କାହା ସହିତ

Published By : Prameya-News7 Bureau | September 11, 2018 IST

ମୁମ୍ବାଇ ୧୧/୯: ‘ଇସ୍କବାଜ’ର ଅନିକା ଭୂମିକାରେ ଅଭିନୟ କରୁଥିବା ସୁରଭି ଚନ୍ଦନା ଆଜିକାଲି କର୍ପୋରେଟ୍ ପ୍ରେଫେସନାଲ୍ କରନ୍ ଶର୍ମାଙ୍କୁ ଡେଟ୍ କରୁଛନ୍ତି। ସେ ନିଜର ଏବଂ କରନଙ୍କର ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ସୋଶିଆାଲ୍ ମିଡିଆରେ ପୂରା ସକ୍ରିୟ ଏବଂ ସେ ସବୁବେଳେ ତାଙ୍କ ଫଟୋ ପୋଷ୍ଟ କରୁଥାନ୍ତି। ତାଙ୍କ ବୟଫ୍ରେଣ୍ଡ୍ କରନ୍ କେବେ ମୁମ୍ବାଇ ତ କେବେ ଦୁବାଇରେ ଥାଆନ୍ତି। ସେ ଏବଂ କରନ୍ ଅଧିକାଂଶ ପାର୍ଟି, ଜନ୍ମଦିନ ଉତ୍ସବରେ ଏକା ସହିତ ଯାଆନ୍ତି। ସେଥିପାଇଁ ସୁରଭିଙ୍କ ସହ-କଳାକାରମାନେ ମଧ୍ୟ କରନଙ୍କ ବନ୍ଧୁ ବନିଗଲେଣି। ଟେଲିଭିଜନ୍ ଧାରାବାହିକ ‘ଇସ୍କବାଜ’ର ଅନିକା ଭୂମିକାରେ ଅଭିନୟ କରୁଥିବା ସୁରଭି ଚନ୍ଦନା ଏବେ ୨୯ବର୍ଷର ହେଲେଣି।‘ଇସ୍କବାଜ’ର ଅନିକା ଏବଂ ଶିବାୟ ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଯୋଡ଼ିଭାବେ ଗଣାଯାଉଛନ୍ତି। ବାସ୍ତବ ଜୀବନରେ ବି ସେ ବହୁତ ଗ୍ଲାମରସ୍ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ସେ ମାର୍କେଟିଙ୍ଗରେ ଏମ୍.ବି.ଏ । କିଛି ବିଜ୍ଞାପନରେ ଅଭିନୟରୁ ସେ ନିଜ କ୍ୟାରିୟରର ଆରମ୍ଭ କରିଛନ୍ତି। ତାଙ୍କୁ ସର୍ବପ୍ରଥମେ ‘କୁବୁଲ ହେ’ ଧାରାବାହିକରେ କାମ କରିବାକୁ ଅଫର ମିଳିଥିଲା। କେତେକ ଛୋଟ ଛୋଟ ଭୂମିକା କରିଥିବା ସୁରଭିଙ୍କୁ ଷ୍ଟାର ପ୍ଲସର ଧାରାବାହିକ ‘ଇସ୍କବାଜ’ରେ ମୁଖ୍ୟ ଭୂମିକା କରିବାର ସୁଯୋଗ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.