ବୃଦ୍ଧ, ଚିକିତ୍ସା ଆଳରେ ଯୁବତୀଙ୍କୁ କଲା ଦୁଷ୍କର୍ମ ! ଅଭିଯୁକ୍ତ ଥାନାରେ ଅଟକ

Published By : Prameya-News7 Bureau | February 18, 2020 IST

ରାଇରଙ୍ଗପୁର ୧୮।୦୨: ମୟୂରଭଞ୍ଜରେ ପୁଣି ଲଜ୍ଜା। ଚିକିତ୍ସିକ ଓ ରୋଗୀଙ୍କ ସମ୍ପର୍କରେ ଲାଗିଲା କଳଙ୍କ । ଗାଁର ବୈଦ୍ୟ  ଜଣେ ରୋଗୀଙ୍କୁ ଗର୍ଭବତୀ କରିଥିବାର ଅଭିଯୋଗ ଆସିଛି I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କଳାଟଙ୍ଗ ଗାଁରେ ।

ସୂଚନାଯୋଗ୍ୟ ଯେ, କଳାଟଙ୍ଗ ଗାଁର ଜଣେ ବର୍ଷ ବୟସ୍କ ବୃଦ୍ଧ ବଡରାମ ମୁଣ୍ଡା ଗାଁ ବୈଦ୍ୟ ଭାବେ ବେଶ୍ ପରିଚିତ ।  ସ୍ଥାନୀୟ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଗୁଣିଗାରେଡି କାମ ପାଇଁ ମଧ୍ୟ ଲୋକଙ୍କ ଭିଡ ଜମିଥାଏ । ତେବେ ନିକଟସ୍ଥ  ଗାଁର ହେସେଲଗୋଡାର ଜଣେ ଯୁବତୀ ମଧ୍ୟ ବୈଦ୍ୟଙ୍କ ନିକଟରେ ଚିକିତ୍ସା ପାଇଁ ଆସୁଥିଲେ । ଜଡିବୁଟି ଚିକିତ୍ସା ଆଳରେ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ ବୟସ୍କ ବୃଦ୍ଧ ବୈଦ୍ୟ ବଡରାମ ମୁଣ୍ଡା ।

ତେବେ ଘଟଣାଟି ପ୍ରଘଟ କଲେ ଗୁଣିଗାରେଡି କରି ଜୀବନରୁ ମାରିଦେବା ନେଇ ଧମକ ଦେଇଥିବାରୁ ଯୁବତୀ ଜଣକ ଚୁପ୍‌ ହୋଇ ରହିଥିଲେ । ଯୁବତୀ ଜଣକ ଗର୍ଭବତୀ ହେବା ପରେ ଘଟଣାଟି ପଦାକୁ ଆସିଥିଲା ।  ସ୍ଥାନୀୟ ଲୋକେ ଜାଣିବା ପରେ ବୈଠକରେ ଆଲୋଚନା କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତ ବୃଦ୍ଧଙ୍କର ଡାକ୍ତରୀ ପରୀକ୍ଷା କରିବା ସହ ଦୁଷ୍କର୍ମ ଅଭିଯୋଗରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.