ସ୍ପଷ୍ଟ ଦିବାଲୋକରେ ଜଘନ୍ୟ ହତ୍ୟାକାଣ୍ଡ

Published By : Prameya-News7 Bureau | August 09, 2018 IST

ସ୍ପଷ୍ଟ ଦିବାଲୋକରେ ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟାକାଣ୍ଡ ପରେ ଥାନାରେ ଆତ୍ମ ସମର୍ପଣ କରିଛି ହତ୍ୟାକାରୀ । ମୟୁରଭଞ୍ଜ ମୋରଡ଼ା ଗଡ଼ିଗାଁ ଫୁଲବାଡ଼ିଆ ଗାଁରେ ଘଟିଛି ହତ୍ୟାକାଣ୍ଡ । ଗାଁ ର କୃଷ୍ଣଚନ୍ଦ୍ର ମହାନ୍ତି ସକାଳେ ଧାନ ବିଲରେ ପାଣି ମଡ଼ାଇବାକୁ ଯାଇଥିଲେ । କିଛି ଘଣ୍ଟାପରେ ଏକ ନିଛାଟିଆ ସ୍ଥାନରେ କୃଷ୍ଣଚନ୍ଦ୍ରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । କୌଣସି ଏକ ଧାରୁଆ ଓ ଓଜନିଆ ଅସ୍ତ୍ର ସାହାଯ୍ୟରେ ମୁଣ୍ଡକୁ ଆଘତ ଦେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଇଥିଲା । ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ମୋରଡ଼ା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଚାଲିଥିବା ବେଳେ ସେହି ଗାଁ ର ଧତ୍ରେନ ମହାନ୍ତି ନାମକ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରି ଥାନାରେ ଆତ୍ମ ସମର୍ପଣ କରିଛି । ପୋଲିସ ତାକୁ ଅଟକ ରଖିଛି । ଅଧିକ ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ଜଣାପଡିବ ବୋଲି ବେତନଟୀ ଏସ୍.ଡି.ପି.ଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.