ସ୍କୁଲକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ
22/08/2018 at 5:15 AM

ବାରିପଦା ୨୨/୮ : ବାରିପଦା ପୌରପରିଷଦ ଅଧୀନରେ ଥିବା ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ସ୍କୁଲଗୁଡିକରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ଶିକ୍ଷାର ଗୁଣାତ୍ମକ ମାନକୁ ନିଜେ ପରଖିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧତ୍କାରୀ ରତ୍ନ କୁମାର ଗିରି ଏବଂ ଜିଲ୍ଲା ପ୍ରକଳ୍ପ ଅଧତ୍କାରୀ ବିବେକାନନ୍ଦ ସାହୁ ମଧ୍ୟ ଏହି ପରିଦର୍ଶନରେ ସାମିଲ ହୋଇଥିଲେ । ପ୍ରଥମେ ଏମ୍.କେ.ସି ଉଚ୍ଚ ବିଦ୍ୟାଳୟରୁ ପରିଦର୍ଶନ ଆରମ୍ଭ କରି ଅନ୍ୟାନ୍ୟ ସ୍କୁଲ ମାନଙ୍କୁ ମଧ୍ୟ ଯାଇଥିଲେ । ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କ ସହିତ ନିଜେ ସମସ୍ତ ପ୍ରକାର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାଛଡା ସ୍କୁଲରେ ରହିଥିବା ସମସ୍ୟାକୁ କିପରି ସୁଧାରି ହେବ ସେ ନେଇ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଠି ସହିତ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ଶିକ୍ଷା ଦାନ ସମ୍ପର୍କରେ ନିଜେ ପଚାରି ବୁଝି ସେମାନଙ୍କ ଉନ୍ନତି ପାଇଁ ଆଉ ଯାହା ଆନୁସଙ୍ଗିକ ଆବଶ୍ୟକତା ରହିଛି, ତାହା କିପରି ପୂର୍ଣ୍ଣ ହୋଇ ପାରିବା ସେ ସମ୍ପର୍କରେ ମଧ୍ୟ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ପ୍ରଥମେ ଏମ୍.କେ.ସି ହାଇସ୍କୁଲରୁ ପରିଦର୍ଶନ ସାରି ଲାଲବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପହଞ୍ଚିଥିଲେ । ସେଠାରେ ମଧ୍ୟ ସ୍କୁଲ ପରିବେଶ, ରୋଷେଇ ଗୃହ, ତଥା ଅନ୍ୟାନ୍ୟ ପରିବେଶ କୁ ବୁଲି ଦେଖଛନ୍ତି । ତେବେ ପରିଦର୍ଶନ ପରେ ସ୍କୁଲର ପରିବେଶ ତଥା ଶିକ୍ଷାଦାନକୁ ନେଇ ଖୁସି ଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧତ୍କାରୀ ରତ୍ନ କୁମାର ଗିରି।