Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତିନି ଦଫା ଦାବିରେ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ମୟୁରଭଞ୍ଜ ବନ୍ଦ

29/11/2021 at 2:41 PM

ରାଇରଙ୍ଗପୁର ୨୯/୧୧ : ତିନିଦଫା ଦାବି ନେଇ ସୋମବାର ମୟୁରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇବା ସହିତ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି। ଫଳରେ ରାଇରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ବନ୍ଦ ରହିବା ସହିତ ଗାଡି ଚଳାଚଳ ମଧ୍ର ଠପ୍‌ ହୋଇଯାଇଛି ।
ସାନ୍ତାଳୀ, ମୁଣ୍ଡାରୀ, ହୋ ଭାଷାକୁ ଓଡିଶାର ଦ୍ଵିତୀୟ ରାଜ୍ୟ ଭାଷା ମାନ୍ୟତା, ସନ୍ତାଳୀକୁ ଭାଷାଗତ ସଂଖ୍ୟାଲଘୁ ଓ ମୁଣ୍ଡାରୀ, ଭୂମିଜ, ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଆଦିବାସୀ ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥ ୨୨୦ର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ପିକେଟିଂ କରୁଛନ୍ତି। ଆଇନଶୃଙ୍ଖଳାକୁ ନଜର ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

   Related Posts