ସାହସିକତା ପରେ ଏବେ ଦୁନିଆ ଦେଖିଲା ମୟୂର ଶେଲକେଙ୍କ ବିଶାଳ ହୃଦୟ, ବଞ୍ଚାଇଥିବା ପିଲାକୁ ଦେବେ ପୁରସ୍କାରର ଅଧା ଟଙ୍କା

Published By : Prameya-News7 Bureau | April 22, 2021 IST

ମୁମ୍ବାଇ  ୨୨।୦୪: ସଂପ୍ରତି ସାମାଜିକ ଗଣମାଧ୍ୟମରେ ମୟୂର ଶେଲକେଙ୍କ ଖୁବ୍ ଚର୍ଚ୍ଚା। ସେ ସେଣ୍ଟ୍ରାଲ ରେଲଓ୍ଵେର ମୁମ୍ବାଇ ଡିଭିଜନରେ ପଏଣ୍ଟ୍ସମ୍ୟାନ୍ ଭାବେ କାର୍ଯ୍ୟରତ। କିଛି ଦିନ ତଳେ ସେ ଦେବଦୂତ ସାଜି ମୁମ୍ବାଇ ନିକଟ ବନଗନୀ ରେଲଓ୍ଵେ ଷ୍ଟେସନ ଟ୍ରାକରେ ଖସି ପଡିଥିବା ଜଣେ ଶିଶୁକୁ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ମୁହଁରୁ ରକ୍ଷା କରିଥିଲେ। ପିଲାକୁ ସେ ନୂତନ ଜୀବନ ଦେଇଥିଲେ। ଏବେ ସେ ପୁଣି ଥରେ ନିଜ ବିଶାଳ ହୃଦୟର ପରିଚୟ ଦେଇଛନ୍ତି। ଯାହା  ଜାଣି ଆପଣ ତାଙ୍କୁ ସେଲ୍ୟୁଟ୍ କରି ରହି ପାରିବେ ନାହିଁ।

{"id":442461,"sizeSlug":"large","linkDestination":"none"}

ଶେଲକେ ତାଙ୍କୁ ପୁରସ୍କାରରେ ମିଳିଥିବା ଅର୍ଥ ରାଶିର ଅଧା ଟଙ୍କା ସେହି ପିଲା ଏବଂ ତାର ମାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାର ଜୀବନ ସେ ବଞ୍ଚାଇଥିଲେ। ନିଜ ଜୀବନକୁ ବାଜିରେ ଲଗାଇ ପିଲାର ଜୀବନ ରକ୍ଷା କରିଥିବା ଶେଲକେଙ୍କ ବାହାଦୂରୀକୁ ସମ୍ମାନ ଜଣାଇ ସେଣ୍ଟ୍ରାଲ ରେଲଓ୍ଵେ ୫୦  ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏବେ ସେହି ଅର୍ଥ ଅଧା ଟଙ୍କା ଉକ୍ତ ପିଲାଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଶେଲକେ ପୁରସ୍କାର ରାଶିର ଅଧା ଟଙ୍କା ପିଲା ଏବଂ ତାର ମାଆଙ୍କୁ ଦେବାକୁ ଘୋଷଣା କରି କହିଛନ୍ତି ଯେ, କୋଭିଡ୍-୧୯ ମହାମାରୀର ଏହି ସମୟ ଅତ୍ୟନ୍ତ କଠିନ। ତେଣୁ ଯିଏ ବି ତାଙ୍କୁ ନଦଗ ରାଶି ଅଥବା ଚେକ୍‌ ଦେବାକୁ ଚାହୁଁଛନ୍ତି ତେବେ ଉକ୍ତ ପିଲା ଏବଂ ତାଙ୍କ ମାଙ୍କୁ ସାହାଯ୍ୟ କରନ୍ତୁ କିମ୍ବା ବିପଦରେ ପଡିଥିବା ଅନ୍ୟ ଲୋକଙ୍କୁ ସାହାଯ୍ୟ କରନ୍ତୁ।

wp:html /wp:html

ସୂଚନାଯୋଗ୍ୟ, ବନଗନୀ ଷ୍ଟେସନରେ ଜଣେ ପିଲା ନିଜର ଦୃଷ୍ଟିହୀନ ମା ସହିତ ଯାଉଥିଲେ। ସେହି ସମୟରେ ପିଲାଟି ପ୍ଲାଟ୍‌ଫର୍ମରୁ ଟ୍ରାକରେ ଖସି ପଡିଥିଲା। ପିଲାଟି ଉପରକୁ ଚଢିବାକୁ ଉଦ୍ୟମ କରିଥିଲା, କିନ୍ତୁ ଚଢି ପାରିନଥିଲା। ତାର ମାଆ ପୁଅ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରି ଚାଲିଥିଲେ। ସେହି ସମୟରେ ଶେଲକେ ବୁଦ୍ଧିମତାର ପରିଚୟ ଦେଖାଇ ନିଜ ଜୀବନକୁ ବାଜିରେ ଲଗାଇ ତୁରନ୍ତ ଦୌଡି ଟ୍ରେନ ମାଡିଯିବା ଆଗରୁ ପିଲାଟିକୁ ବଞ୍ଚାଇ ନେଇଥିଲେ। ଅଳ୍ପକେରୁ ପିଲା ସହ ଶେଲକେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ। ଏହି ଘଟଣା ସିସିଟିଭିରେ କଏଦ ହୋଇ ଯାଇଥିଲା। ଏହାକୁ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ମଧ୍ୟ ସେୟାର କରିଥିଲେ। ଏହାପରେ ଶେଲକେ ପୂରା ଦେଶରେ ଚର୍ଚ୍ଚାରେ ରହିବା ସହ ପ୍ରଶଂସା ସାଉଁଟିଥିଲେ।

ଶେଲକେଙ୍କ ଏହି ସାହସିକତ କାର୍ଯ୍ୟ ପରେ ଜାଭା ମୋଟର ସାଇକେଲ୍ ତାଙ୍କୁ ପୁରସ୍କାରସ୍ଵରୂପ ଜାଭା ବାଇକ୍ ଦେବାକୁ ମଧ୍ୟ ଘୋଷଣା କରିଛି। ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶେଲକେଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଜାଭା ପରିବାର ତରଫରୁ ଆମେ ତାଙ୍କୁ ସଲାମ କରୁଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.