ମୟୁରଭଞ୍ଜ ଗୋପବନ୍ଧୁନଗର ବ୍ଲକ ତେଲିସାହି ଗାଁରେ ଝାଡାବାନ୍ତି ଯୋଗୁ ଜଣେ ମୃତ
12/08/2018 at 11:06 AM

ମୟୁରଭଞ୍ଜ ଗୋପବନ୍ଧୁନଗର ବ୍ଲକ ତେଲିସାହି ଗାଁରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ଜଗବନ୍ଧୁ ସିଂ । ସେହିପରି ୧୫ରୁ ଅଧିକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଗାଁରେ ଥିବା ନଳକୂଅରୁ ଦୂଷିତ ପାଣି ପିଇ ଝାଡାବାନ୍ତି ବ୍ୟାପୁଥିବା କହିଛନ୍ତି ଗାଁ ଲୋକ । ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ ବି କିଛି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ସେପଟେ ଘଟଣା ଜଣାପଡିବା ପରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଆସି କିଛି ଔଷଧ ଦେଇଥିବାବେଳେ ତଦାରଖ ପାଇଁ କେହି ଆସୁନାହାନ୍ତି ।
Related Posts
ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ପୋଡି ପାଉଁଶ ସବୁକିଛି
26 February 2021