Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା, ବାଇକରେ ଆସି ଆକ୍ରମଣ କଲେ ଦୁର୍ବୃତ୍ତ

30/07/2021 at 8:22 AM

ବିହାର ୩୦/୦୭ : ବିହାର କଟିହାର ବୂଢିବାରେ ଲାଗିଛି ଅପରାଧ । ଯାହାକି ପୋଲିସର ନିଦ ହଜାଇ ଦେଇଛି । କଟିହାରରେ ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗୁରୁବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ବାଇକରେ ଆସି ଅତି ନିକଟରୁ ଶିବରାଜଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିଲେ । ସଂଗେ ସଂଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ଛାନଭିନ କରୁଛି । ତେବେ ଗୁଳିମାଡର ପ୍ରକୃତ କାରଣ କଣ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଏହି ହତ୍ୟାକାଣ୍ଡ ମେୟରଙ୍କ ୱାର୍ଡ ସନ୍ତୋଷୀ କଲୋନୀରେ ଘଟିଛି । ସୂଚନା ଥାଉକି ଯେ, ବାଇକ ଆରୋହୀ ଦୁର୍ବୃତ୍ତମାନେ ମେୟରଙ୍କ ଅତି ନିକଟକୁ ଆସିଥିଲେ । ୪ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ମେୟରଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରି ଫେରାର ହୋଇଯାଇଥିଲେ ।

ମେୟରଙ୍କ ଛାତିରେ ୩ଟି ଗୁଳି ବାଜିବା ପରେ ସେ ସେଠାରେ ଟିଳ ପଡ଼ିଥିଲେ । ଏହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ ଜାଣିବା ପରେ ପ୍ରଶାସନ ଓ ପୋଲିସର ଚିନ୍ତା ବଢ଼ିଯାଇଛି । ପୋଲିସ ଏବେ ପୂରା ଅଂଚଳକୁ ସିଲ କରି ଘଟଣାର ତଦନ୍ତ କରୁଛି ।

   Related Posts