ବସ୍ ରାଜନୀତି ନେଇ ଯୋଗୀ ସରକାରଙ୍କ ସମର୍ଥନରେ ବାହାରିଲେ ମାୟାବତୀ, କଂଗ୍ରେସକୁ କହିଲେ କାଙ୍ଗାଳ

Published By : Prameya-News7 Bureau | May 22, 2020 IST

ଭୋପାଲ ୨୨/୦୫ : ଉତ୍ତର ପ୍ରଦେଶରେ କଂଗ୍ରେସ ଓ ଯୋଗୀ ସରକାରଙ୍କ ମଧ୍ୟରେ ରାଜିନୀତି ଟିକିଏ ଥଣ୍ଡା ହେବାକୁ ବସିଥିବାବେଳେ ରାଜସ୍ତାନ ସରକାର ବସ୍ ବିଲ ହସ୍ତାନ୍ତର କରି ପୁଣି ଯୋଗୀ ସରକାରଙ୍କୁ ପୁଣି ଗରମ କରିଦେଇଛନ୍ତି | ୩୬ ଲକ୍ଷ ଟଙ୍କାର ଏହି ବିଲ ପରେ ପୁଣି ସରଗରମ ହୋଇଛି ରାଜନୀତି | ତେବେ ଗୁରୁତ୍ୱପୂର୍ଣ କଥା ହେଲା, ବର୍ତ୍ତମାନ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏଥିରେ ଖୋଲାଖୋଲି ଭାବେ ବିଜେପିକୁ ସମର୍ଥନ କରିଛନ୍ତି | ମାୟାବତୀ ଟ୍ୱିଟ କରି କଂଗ୍ରେସକୁ ଯାହା ଇଛା ତାହା ଶୁଣାଇଛନ୍ତି |

ରାଜସ୍ତାନ ରାଜନୀତିକୁ ମାୟାବତୀ ନିନ୍ଦା କରିଛନ୍ତି | ସେ ଟ୍ୱିଟ କରି କହିଛନ୍ତି, ରାଜସ୍ତାନର କଂଗ୍ରେସ ସରକାର ଦ୍ୱାରା କୋଟାରୁ ପାଖାପାଖି ୧୨ ହଜାର ଲୋକଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ କଂଗ୍ରେସ ୩୬ ଲକ୍ଷ ଟଙ୍କାର ଯେଉଁ ବିଲ ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଛି ତାହା କଂଗ୍ରେସର ଅମାନବୀୟ ଓ କାଙ୍ଗାଳ ପରିସ୍ଥିତିକୁ ଦର୍ଶାଉଛି | ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ଏହିଭଳି ଘୃଣ୍ୟ ରାଜନୀତି ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁଖଦ ବୋଲି ମାୟାବତୀ କହିଛନ୍ତି |

{"id":274075,"width":574,"height":382,"sizeSlug":"large"}

ଆଉ ଏକ ଟ୍ୱିଟରେ ମାୟାବତୀ କଂଗ୍ରେସର ଏହି କାର୍ଯ୍ୟକୁ ଅମାନବୀୟ ବୋଲି କହିଛନ୍ତି | ସେ ଲେଖିଛନ୍ତି, ରାଜସ୍ତାନ ସରକାର ଗୋଟିଏପଟ କୋଟାରୁ ଉତ୍ତର ପ୍ରଦେଶକୁ ଛାତ୍ରଛାତ୍ରୀଙ୍କୁ ନିଜ ଘରକୁ ପଠାଇବା ପାଇଁ ତାଙ୍କଠାରୁ ମନ ଇଛା ଭଡା ଅସୁଲ କରୁଛି | ଅନ୍ୟପଟେ ପ୍ରବାସୀ ଶ୍ରମିକଙ୍କୁ ଉତ୍ତର ପ୍ରଦେଶ ନିଜ ଘରକୁ ପଠାଇବା ପାଇଁ ବସ୍ ପ୍ରସଙ୍ଗ ଉଠାଇ ରାଜନୈତିକ ଖେଳ ଖେଳୁଛି | ଏହା କେତେଦୂର ଯୁକ୍ତିଯୁକ୍ତ ଏବଂ ମାନବୀୟ ବୋଲି ସେ କହିଛନ୍ତି |

ଏହା ପୂର୍ବରୁ ସେ କହିଥିଲେ ଯେ କଂଗ୍ରେସ ବସ୍ ରାଜନୀତି ଛାଡି ଶ୍ରମିକଙ୍କୁ ଟ୍ରେନରେ ନିଜ ନିଜ ଅଞ୍ଚଳକୁ ପଠାଉ | ଶ୍ରମିକଙ୍କୁ ବସ୍ ରେ ନ ପଠାଇ ତାଙ୍କୁ ଟିକେଟ ଦେଇ ଟ୍ରେନରେ ପଠାଇବା ବ୍ୟବସ୍ଥା କଲେ ଠିକ ହେବ ବୋଲି ସେ ପୂର୍ବରୁ ନିଜର ମତାମତ ଦେଇଥିଲେ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.