ଝୁଲିଲା ଏସପି-ବିଏସପି ଗଠବନ୍ଧନ : ଆସନ୍ତା ନିର୍ବାଚନରେ ଏକୁଟିଆ ଲଢିବେ ବୋଲି କହିଲେ ବିଏସପି ସୁପ୍ରିମୋ ମୟାବତୀ

Published By : Prameya-News7 Bureau | June 04, 2019 IST

ନୂଆଦିଲ୍ଲୀ ୪|୬: ମୁହଁ ଖୋଲିରେ ମାୟାବତୀ । ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟରେ ଫାଟକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମାୟାବତୀ । ତେବେ ଗଠବନ୍ଧନ ଭାଙ୍ଗିବନି କିନ୍ତୁ ଆସନ୍ତା ନିର୍ବାଚନରେ ଏକୁଟିଆ ଲଢିବେ ବିଏସପି ସୁପ୍ରିମେ। ଯଦି ଏସପି ମୁଖ୍ୟ ଅଖିଳେଶ ତାଙ୍କ ଦଳରେ ଅଦଳ ବଦଳ କରିବେ ତେବେ ତାଙ୍କ ସହ ରହିବେ ବୋଲି କହିଛନ୍ତି ମାୟାବତୀ।

{"id":119387}

କାରଣ ଗତ ନିର୍ବାଚନରେ ଗଠବନ୍ଧନକୁ ସମାଜବାଦୀ ପାଟିତ ପକ୍ଷରୁ ଆଖି ଦୃଶିଆ ସହଯୋଗ କରାଯାଇ ନାହିଁ । ଯାଦବ ଭୋଟ୍ ବି.ଏସ୍.ପି. ସପକ୍ଷରେ ଗଲାନି ।  ନିର୍ବାଚନ ଫଳାଫଳ ବହୁତ କିଛି ଶିକ୍ଷା ଦେଖିଛି ସେଥିରୁ ବହୁତ କିଛି ଆଗକୁ ଶିଖିବାର ରହିଛି । ତେଣୁ ସମସ୍ତ ୧୧ଟି ଆସନରେ ଏକୁଟିଆ ଉପନିର୍ବାଚନ ଲଡିବ ବି.ଏସ୍.ପି ।

ତେବେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ୟୁପିରେ ମେଣ୍ଟ ଜାରି ରହିବ ବୋଲି କହିଛନ୍ତି ମାୟାବତୀ । ସପା ମୁଖ୍ୟ ମେଣ୍ଟ ଧର୍ମ ପାଳନ ଉପରେ ନଜର ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମାୟାବତୀ । ଆଗାମୀ ଦିନରେ ଅଖିଳେଶ ନବଦଳିଲେ ମେଣ୍ଟ ନେଇ ପୁନଃବିଚାର କରାଯିବ ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ନିର୍ବାଚନ ଏକା ଲଢିବାକୁ ସଂକେତ ଦେଇଥିଲେ ମାୟାବତୀ । ଜବାବରେ ଅଖିଳେଶ କହିଥିଲେ ନିଜ ଦମରେ ଲଢିବ ସମାଜବାଦୀ ପାର୍ଟି । ଏହାପରେ ଉତ୍ତରପ୍ରଦେଶରେ ମହାମେଣ୍ଟ ଭାଙ୍ଗିଯିବା ନେଇ ଆକଳନ କରାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.