‘ଆମ ସରକାର ସମାଜବାଦୀ ପାର୍ଟି ସରକାରଠୁ ମଧ୍ୟ ବଡ଼ ରାମଙ୍କ ମୂର୍ତ୍ତି ନିର୍ମାଣ କରିବ’ – BSP ସୁପ୍ରିମୋ ମାୟାବତୀ

Published By : Prameya-News7 Bureau | August 10, 2020 IST

ଲକ୍ଷ୍ନୌ ୧୦/୮: ରାଜ୍ୟରେ ଏବେ ବ୍ରାହ୍ମଣଙ୍କୁ ପ୍ରସନ୍ନ କରିବାକୁ ନେଇ ଚାଲିଥିବା ରାଜନୀତିରେ ମାୟାବତୀ ମଧ୍ୟ ଲମ୍ପ ପ୍ରଦାନ କରିଛନ୍ତି। ମାୟାବତୀ କହିଛନ୍ତି ଯେ ଯେତେବେଳେ ରାଜ୍ୟରେ ବସପା ସରକାର ଆସିବ ସେତେବେଳେ ବ୍ରାହ୍ମଣଙ୍କ ଦେବତା ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପିତ ହେବ। ସେ ଏହି ସମୟରେ ସମାଜବାଦୀ ପାର୍ଟିର ଇଚ୍ଛା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଯଦି ସମାଜବାଦୀ ପାର୍ଟିକୁ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ନିର୍ମାଣ କରିବାର ଥିଲା ତେବେ ନିଜ ସରକାରରେ ନିର୍ମାଣ କରିଥାନ୍ତେ। ସେ କହିଛନ୍ତି ଯେ ସପା କହିଲେ ବସପା ତାହା କରି ଦେଖାଇଥାଏ। ବସପା ସରକାର ସପା ତୁଳନାରେ ଆହୁରି ବଡ଼ ମୂର୍ତ୍ତି ନିର୍ମାଣ କରିବ।

{"id":312404,"sizeSlug":"large"}

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ଏକଥା ରବିବାର ପ୍ରେସ୍ କନଫରେନ୍ସରେ କହିଛନ୍ତି। ଏହା ସହିତ ସେ କରୋନାରୁ ବର୍ତ୍ତିବା ପାଇଁ ସରକାରଙ୍କ ପ୍ରସ୍ତୁତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମାୟାବତୀ କହିଛନ୍ତି ଯେ ରାଜ୍ୟରେ ଯେତେବେଳେ ବସପା ସରକାର ଆସିବ ସେତେବେଳେ ହସ୍ପିଟାଲ୍ ନିର୍ମାଣ କରିବ। ବ୍ରାହ୍ମଣ ସମାଜର ଆସ୍ଥାର ପ୍ରତୀକ ପର୍ଶୁରାମ ଏବଂ ସମସ୍ତ ଜାତି,ଧର୍ମରେ ଜନ୍ମ ହୋଇଥିବା ମହାନ ସନ୍ଥଙ୍କ ନାଁରେ ହସ୍ପିଟାଲ୍ ଏବଂ ରହିବାର ସୁବିଧା ଉପରେ ଗୁରୁତ୍ବ ଦିଆଯିବ।

{"id":312402,"sizeSlug":"large"}

 ଏହି ସମୟରେ ମାୟାବତୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୪ଥର ବସପା ସରକାର ହୋଇଥିଲା। ଏହି ସମୟରେ ସମସ୍ତ ବର୍ଗର ମହାନ ସନ୍ଥଙ୍କ ନାଁରେ ଜନହିତ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି।

{"id":312408,"sizeSlug":"large"}

ସେହିପରି ଏହି ସମୟରେ ମାୟାବତୀ କେନ୍ଦ୍ର ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ମାୟାବତୀ ଆଗକୁ କହିଛନ୍ତି ଯେ ଅଗଷ୍ଟ ୫ତାରିଖରେ ହୋଇଥିବା ଭୂମିପୂଜାରେ ପ୍ରଧାନମନ୍ତ୍ରୀ,ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ସମେତ ଅନେକ ଲୋକଙ୍କୁ ଆମନ୍ତ୍ରିତ କରାଯାଇଥିଲା କିନ୍ତୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଯଦି ପ୍ରଧାନମନ୍ତ୍ରୀ ମୋଦି ନିଜ ସହ ନେଇ ଯାଇଥାନ୍ତେ ତେବେ ଭଲ ହୋଇଥାନ୍ତା। ସେ କହିଛନ୍ତି ଯେ କିଛି ଦଳିତ ସନ୍ଥଙ୍କୁ ମଧ୍ୟ ରାମ ମନ୍ଦିର ଭୂମି ପୂଜାରେ ଆମନ୍ତ୍ରିତ କରାଯାଇନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.