Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମୂର୍ତ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ପ୍ରତିକ୍ରିୟା ରଖିଲେ ମାୟାବତୀ: “ବିଜେପି କର୍ମୀ ଏବଂ ଗଣମାଧ୍ୟମ ଏଥିରେ ଦଖଲ ନ ଦିଅନ୍ତୁ”

9/02/2019 at 2:34 PM

ଦିଲ୍ଲୀ ୯/୨ : ଗତକାଲି ସୁପ୍ରିମକୋର୍ଟଙ୍କ ତରଫରୁ ମାୟାବତୀଙ୍କୁ ବଡ ଝଟକା ଲାଗିଥିଲା | ମାୟାବତୀ ଉତ୍ତର ପ୍ରଦେଶରେ ପାର୍କରେ ନିଜର ଏବଂ ହାତୀ ପ୍ରତିମୂର୍ତ୍ତି ନିର୍ମାଣରେ ହୋଇଥିବା ଖର୍ଚ୍ଚ ଅର୍ଥ ସରକାରଙ୍କୁ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ | ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଆଜି ମୁହଁ ଖୋଲିଛନ୍ତି ମାୟାବତୀ | ମାୟାବତୀ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ମାମଲାରେ ସେ ଦୃଢତାର ସହ ନିଜ ପକ୍ଷ ସୁପ୍ରିମକୋର୍ଟ ରଖିବେ | ମାୟାବତୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଦୟାକରି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଏପଟ ସେପଟ, ୬କୁ ୯ ଯୋଡି କହିବା ଦରକାର ନାହିଁ | ମୂର୍ତ୍ତି ମାମଲାରେ ତାଙ୍କୁ ପୁରା ସୁପ୍ରିମକୋର୍ଟ ତରଫରୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି | ଏଥିରେ ବିଜେପିକର୍ମୀ ଏବଂ ଗଣମାଧ୍ୟମ ଦଖଲ ନଦେବା ଭଲ ବୋଲି କହି ଟ୍ୱିଟ କରିଛନ୍ତି ମାୟାବତୀ |

   Related Posts