ଅଭ୍ୟାସ ବେଳେ ମୟଙ୍କ ଅଗ୍ରଓ୍ବାଲଙ୍କ ମୁଣ୍ଡରେ ବାଜିଲା ବଲ, ଦଳରୁ ବାଦ୍‌ ପଡିଲେ ଷ୍ଟାର ଓପନର୍

Published By : Prameya-News7 Bureau | August 02, 2021 IST

ନୂଆଦିଲ୍ଲୀ ୦୨/୦୮ : ଆସନ୍ତା  ଅଗଷ୍ଟ ୪ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି । ଦଳରୁ ବାଦ ପଡିଛନ୍ତି ଓପନର ମୟଙ୍କ ଅଗ୍ରଓ୍ବାଲ । ଅଭ୍ୟାସ ବେଳେ ମୟଙ୍କ ଅଗ୍ରଓ୍ବାଲଙ୍କ ମୁଣ୍ଡରେ ବଲ ବାଜିଥିବା ସୂଚନା ମିଳିଛି । ଆହତ କାରଣରୁ ମୟଙ୍କ ପ୍ରଥମ ଟେଷ୍ଟରୁ ବାଦ ପଡିଥିବା ନେଇ ସୂଚନା ଦେଇଛି ବିସିସିଆଇ ।  

ଆସନ୍ତା ବୁଧବାର ଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ୍ । ଏହା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଓପନର ମୟଙ୍କ ଅଗ୍ରଓ୍ବାଲ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି । ଅଭ୍ୟାସ ବେଳେ ମହମ୍ମଦ ସିରାଜ୍‌ଙ୍କ ଏକ ବଲ ମୟଙ୍କ ଅଗ୍ରଓ୍ବାଲଙ୍କ ମୁଣ୍ଡରେ ବାଜିଥିଲା । ମୟଙ୍କ ହେଲମେଟ୍‌ ପିନ୍ଧିଥିଲେ ସୁଦ୍ଧା ମୁଣ୍ଡର ପଛ ଭାଗରେ ବାଜିଛି ବାଜିଛି ବଲ । ଏହା ପରେ ତାଙ୍କୁ ତୁରନ୍ତ ପଡିଆରୁ ବାହାରକୁ ନେଇଥିଲେ ଦଳର ଫିଜିଓ ନିତିନ୍‌ ପଟେଲ । ପରେ ତାଙ୍କର ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ସେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି ।

wp:embed {"url":"https://twitter.com/ani_digital/status/1422186279668633610","type":"rich","providerNameSlug":"twitter","responsive":true}
https://twitter.com/ani_digital/status/1422186279668633610
/wp:embed

ମୟଙ୍କ ଅଗ୍ରଓ୍ବାଲଙ୍କୁ କେବଳ ପ୍ରଥମ ଟେଷ୍ଟରୁ ହିଁ ବାଦ ଦିଆଯାଇଛି । ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଇଛି । ପ୍ରଥମ ଟେଷ୍ଟ ପରେ ଅବଶିଷ୍ଟ ଟେଷ୍ଟ ପାଇଁ ସେ ଦଳରେ ସାମିଲ ହୋଇପାରନ୍ତି କହିଛି ବିସିସିଆଇ । ତେବେ ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ଓପନିଂ ପାଇଁ ସୁଯୋଗ ମିଳିପାରେ । ରାହୁଲ ପୂର୍ବରୁ ମଧ୍ୟ ଓପନିଂ କରିବା ସହ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ସେ ମଧ୍ୟ କ୍ରମରେ ଖେଳିବାକୁ ପସନ୍ଦ କରନ୍ତି । ଏହା ବ୍ୟତିତ ନବାଗତ ଖେଳାଳି ଅଭିମନ୍ୟୁ ଇଶ୍ବରନ୍‌ଙ୍କୁ ମଧ୍ୟ ଓପନିଂ ପାଇଁ ସୁଯୋଗ ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.