ମାୟାବତୀ କରିବେ ବ୍ରାହ୍ମଣ ସମ୍ମିଳନୀ : ୨୦୦୭ର ସଫଳତାକୁ ଦୋହରାଇବା ଲକ୍ଷ୍ୟରେ ବିଏସପି ସୁପ୍ରିମୋ

Published By : Prameya-News7 Bureau | July 18, 2021 IST

ଲକ୍ଷ୍ନୌ, ୧୮/୦୭ :  ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି ବା ବିଏସପି ଅଧ୍ୟକ୍ଷ ମାୟାବତୀ ଏକ ବଡ ଗୋଟି ଚାଳନା କରିବାକୁ ଲକ୍ଷ୍ୟ ରଖିଛନ୍ତି । ମାୟାବତୀ ଏବେ ବ୍ରାହ୍ମଣ ଭୋଟ୍ ଏକାଠି କରିବାକୁ ଲାଗି ପଡିଛନ୍ତି । ବିଏସପି ସୁପ୍ରିମୋ ବ୍ରାହ୍ମଣ ସମ୍ମିଳନୀ କରିବାକୁ ଯାଉଛନ୍ତି । ଯାହାର ଦାୟିତ୍ୱ ସତୀଶ ଚନ୍ଦ୍ର ମିଶ୍ରଙ୍କୁ ଦିଆଯାଇଛି ।

ବିଏସପିର ବ୍ରାହ୍ମଣ ସମ୍ମିଳନୀ ଜୁଲାଇ ୨୩ରୁ ଆରମ୍ଭ ହେବ । ଏହାକୁ ଅଯୋଧ୍ୟାରେ ଆୟୋଜନ କରାଯିବ । ସତୀଶ ମିଶ୍ର ଅଯୋଧ୍ୟାରେ ବ୍ରାହ୍ମଣକୁ ପ୍ରଥମେ ମନ୍ଦିର ଦର୍ଶନ କରାଇବା ସହ ଦଳର ବିଚାରଧାରାରେ ଯୋଡିବାକୁ ଚେଷ୍ଟା କରିବେ । ପ୍ରଥମ ପର୍ଯ୍ୟାୟରେ ଏହି ସମ୍ମିଳନୀ ଜୁଲାଇ ୨୩ରୁ ୨୯ ତାରିଖ ଯାଏଁ ଚାଲିବ ।

ଶୁକ୍ରବାର ସାରା ରାଜ୍ୟର ୨୦୦ରୁ ଅଧିକ ବ୍ରାହ୍ନଣ ନେତା ଓ କର୍ମୀ ଲକ୍ଷ୍ନୌସ୍ଥିତ ବିଏସପି କାର୍ଯ୍ୟାଳରେ ପହଁଚିଥିଲେ । ଏଠାରେ ଦଳର ଆଗାମୀ ରଣନୀତି ବାବଦରେ ଚର୍ଚ୍ଚା ହୋଇଥିଲା । ବିଏସପି ଦଳିତ, ବ୍ରାହ୍ମଣ ଓ ଓବିସି ବର୍ଗଙ୍କୁ ଧରି ୨୦୨୨ ନିର୍ବାଚନକୁ ଓହ୍ଲାଇପାରେ । ପୂର୍ବରୁ ମଧ୍ୟ ୨୦୦୭ରେ ମାୟାବତୀ ବ୍ରାହ୍ମଣ ସମ୍ମିଳନୀ ଆୟୋଜନ କରିଥିଲେ । ଯାହାଫଳରେ ଦଳ ପୂର୍ଣ୍ଣ ବହୁମତ ପାଇ ସରକାର ଗଢିଥିଲା ।

ସୂଚନାଯୋଗ୍ୟ, ୨୦୦୭ରେ ବିଏସପି ୪୦୩ରୁ ୨୦୬ଟି ଆସନରେ ବିଜୟଲାଭ କରିଥିଲା । ଦଳକୁ ୩୦ ପ୍ରତିଶତ ଭୋଟ୍ ମିଳିଥିଲା । ୨୦୦୭ର ଫଳାଫଳ ଆକସ୍ମିକ ନୁହେଁ ମାୟାବତୀଙ୍କ ଚତୁର ରଣନୀତି ପାଇଁ ହୋଇଥିଲା । ସେ ଗୋଟିଏ ବର୍ଷ ପୂର୍ବରୁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଦେଇଥିଲେ । ଏହାସହ ସମସ୍ତ ବର୍ଗ ମଧ୍ୟରେ ଏକ ତାଳମେଳ ରକ୍ଷା କରିପାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.