Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଆପଣଙ୍କ ଲାଗି ଲାଭଜନକ ହୋଇପାରେ ସରକାରଙ୍କର ଏହି ଯୋଜନା, ପ୍ରତିମାସରେ ମିଳିବ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍

29/09/2019 at 9:58 PM

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ନିକଟରେ ତାଙ୍କର ‘ବୟୋ ବନ୍ଦନ ଯୋଜନା’ (ପିଏମଭିଭିୱାଇ) ରେ ବଡ ପରିବର୍ତ୍ତନ କରିଛନ୍ତି। ଯୋଜନାରେ ସରକାର ନିବେଶ ପରିମାଣ ଦୁଇଗୁଣା କରିଦେଇଛନ୍ତି। ଏହା ସାଙ୍ଗକୁ ସମୟ ଅବଧି ମଧ୍ୟ ସମ୍ପ୍ରସାରଣ କରିଛନ୍ତି। ଫଳରେ ଏହି ଯୋଜନାରେ ନିବେଶ କରିଥିବା ଲୋକଙ୍କୁ ଏବେ ମାସିକ ୧୦ରୁ ୧୨ ହଜାର ଟଙ୍କାର ପେନସନ୍ ମିଳିବା ନିଶ୍ଚିତ ବୋଲି ଆଶା କରାଯାଉଛି।

ଏହି ଯୋଜନାରେ ପ୍ରତ୍ୟେକ ଭାରତୀୟ ନାଗରିକ ନିଜକୁ ସାମିଲ କରିପାରିବେ। ଯୋଜନା ଅନୁସାରେ ବାର୍ଷିକ ୮ ପ୍ରତିଶତ ରିଟର୍ଣ୍ଣ ସହିତ ପେନସନ୍ ଗ୍ୟାରେଣ୍ଟି ମଧ୍ୟ ସରକାର ଦେଉଛନ୍ତି। ତେବେ ଯୋଜନା ଅନ୍ତର୍ଗତ ଲୋକେ ପେନସନ୍ କିପରି ନେବେ ତାହା ସେମାନଙ୍କର ନିଷ୍ପତ୍ତି। ହୁଏତ ସେମାନେ ମାସିକ ପେନସନ ଗ୍ରହଣ କରିପାରନ୍ତି ଅଥବା ୩ ମାସ, ୬ ମାସ ଓ ବାର୍ଷିକ ଏକକାଳୀନ ନେଇ ପାରନ୍ତି। ଯୋଜନାରେ ୬୦ ବା ତଦୁର୍ଦ୍ଧ୍ୱ ବୟସର ଲୋକେ ନିବେଶ କରିପାରିବେ।

ଭାରତ ସରକାରଙ୍କର ଏହି ଯୋଜନାକୁ ଜୀବନ ବୀମା ନିଗମ ଚଳାଉଛନ୍ତି। ଏଥିରେ ନିବେଶକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡିବ। ଏହି ସ୍କିମର ଲାଭ ନେବାକୁ ଆଗ୍ରହୀ ଲୋକେ ଗୋଟିଏ ଥର ଟଙ୍କା ଜମା କରି ନିଜକୁ ସାମିଲ କରିପାରିବେ। ଏଥିଲାଗି ଆବେଦନ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୦। ଅନଲାଇନ ଓ ଅଫଲାଇନରେ ବି ଆବେଦନ କରିପାରିବେ। ପିଏମଭିଭିୱାଇରେ ସର୍ବନିମ୍ନ ନିବେଶ ପରିମାଣ ୧ଲକ୍ଷ ୪୪ ହଜାର ୫୪୮ ଟଙ୍କା ଥିବା ବେଳେ ସର୍ବାଧିକ ୧୪ଲକ୍ଷ ୪୫ହଜାର ୭୮୩ ଟଙ୍କା ନିବେଶ କରାଯାଇପାରେ। ଏଥିରୁ ଆପଣଙ୍କୁ ମାସିକ ୧୨ ହଜାର ଅର୍ଥାତ ବାର୍ଷିକ ୧ଲକ୍ଷ ୪୪ ହଜାର ଟଙ୍କା ପେନସନ୍ ମିଳିବ। ନିବେଶ ପରିମାଣ ବୃଦ୍ଧି ହୋଇଥିବାରୁ ବୟସ୍କ ଲୋକଙ୍କୁ ସେମାନଙ୍କ ପେନସନ ଅଧିକ ମିଳିବ।

   Related Posts