‘ଭାରତରେ କରୋନା ସଂକ୍ରମଣ ବଢ଼ାଇବାକୁ ଷଡଯନ୍ତ୍ର କରିପାରେ ପାକିସ୍ତାନ’… ସତର୍କ କଲେ ବିଜେପି ସାଂସଦ
13/04/2020 at 6:51 PM

କୁଶୀନଗର୧୩/୦୪: ଭାରତୀୟ ଜନତା ପାର୍ଟିର କୁଶୀନଗର ସାଂସଦ ବିଜୟ ଦୁବେ କହିଛନ୍ତି ଯେ, ପାକିସ୍ତାନ କୁଶୀନଗର ଜନତାଙ୍କ ସହ ଭାରତ ନେପାଳ ସୀମାରେ ଅବସ୍ଥିତ ଭାରତର ଅନ୍ୟ ଜିଲ୍ଲାରେ କରୋନା ସଂକ୍ରମଣ ବିସ୍ତାର କରିବାର ଷଡଯନ୍ତ୍ର କରିପାରେ | ସେ କହିଛନ୍ତି ଯେ, କୁଶୀନଗର ସୀମାରେ ରହିଛି | ହରିପୁର, ନାରାୟଣପୁର, ମରି ଚହବା ଆଦି ଗାଁରେ ଫୁଟ୍ପାଥ ଦେଇ କୁଶୀନଗର ଆସିହେବ| ନେପାଳର ସୁସ୍ତା ଗାଁ ଓ ପରସା ଜଙ୍ଗଲ ମଧ୍ୟ କୁଶୀନଗରକୁ ଲାଗି ରହିଛି|ପରସାର ଜାଲିମ ମୁଖିଆ ମୌଲବୀ ସାହାଯ୍ୟରେ କିଛି ଲୋକ ଏଠାରେ କରୋନା ସଂକ୍ରମଣ ବିସ୍ତାର କରିବାକୁ ଷଡଯନ୍ତ୍ର ରଚନା କରୁଛନ୍ତି | ଏନେଇ ଗୁଇନ୍ଦା ରିପୋର୍ଟ ମିଳିଛି | ସେଥିପାଇଁ ଜିଲ୍ଲା ଅଧିକାରୀଙ୍କୁ ସଚେତନ କରିଥିବା ସେ କହିଛନ୍ତି।
ସେ କହିଛନ୍ତି ଯେ, “ଜାଲିମ ମୁଖିଆର ସଂସ୍ପର୍ଶରେ ଆସିଥିବା ଯେଉଁ ୪୦ ଜଣଙ୍କୁ କ୍ଵାରେଣ୍ଟାଇନ କରାଯାଇଛି ସେମାନେ ନେପାଳୀ ନୁହନ୍ତି, ସେମାନେ ବାହାରୁ ଆସିଛନ୍ତି | ସେହିମାନଙ୍କ ଜରିଆରେ ସେ ଏଠାରେ କରୋନା ବିସ୍ତାର କରିବାକୁ ଷଡଯନ୍ତ୍ର ରଚୁଥିବ | ନେପାଳ ସୀମା ଚୀନ ଓ ଭାରତ ସହ ଲାଗିଛି | ସେଥିପାଇଁ ଏଠାରେ ବିପଦ ରହିଛି | ସେପଟେ ଜାଲିମ ମୁଖିଆ ୪୦ ଜଣଙ୍କୁ ନିଜ ମସଜିଦରେ ସତର୍କତା ଦୃଷ୍ଟିରୁ ରଖିଛି | ସେହିମାନେ ଭାରତରେ ପଶି ସଂକ୍ରମଣ ବିସ୍ତାର କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି |
ଏମାନେ ଫୁଟ୍ପାଥ ରାସ୍ତା ଦେଇ ଆସି ସଂକ୍ରମଣ ବିସ୍ତାର କରିପାରନ୍ତି ବୋଲି ସେ ସନ୍ଦେହ କରିଛନ୍ତି | ନେପାଳର ପରସା ଜିଲ୍ଲାର ସେରବା ଥାନାର ଜାଲିମ ମୁଖିଆର ସୁରକ୍ଷାରେ କରୋନା ସନ୍ଦିଗ୍ଧ ଏକତ୍ରିତ ହୋଇପାରନ୍ତି ବୋଲି ସେ କହିଛନ୍ତି|ପୋଲିସ ସମସ୍ତ ସୀମା ସିଲ୍ କରିଦେଇଛି | ତଥାପି ଏମାନେ ପଥଚଲା ରାସ୍ତା ଦେଇ କୁଶୀନଗର ଏବଂ ନିକଟସ୍ଥ ଅଞ୍ଚଳରେ ପ୍ରବେଶ କରିପାରନ୍ତି | ସେଥିପାଇଁ ସେ ଡିଏମ ଓ ଏସପିଙ୍କୁ ସତର୍କ କରିଦେଇଛନ୍ତି | ଗତକାଲି ମଧ୍ୟ ସେଠାରେ ଜଣେ ନେପାଳୀ ଧରା ପଡିଥିଲା ବୋଲି ସେ କହିଛନ୍ତି |
କୂଶୀନଗର ପୋଲିସ ଅଧିକ୍ଷକ ବିନୋଦ କୁମାର ମିଶ୍ର କହିଛନ୍ତି ଯେ, ଜିଲ୍ଲାର ସମସ୍ତ ସୀମାକୁ କଡାକଡି ଭାବେ ସିଲ କରିଦିଆଯାଇଛି | ପଥଚଲା ରାସ୍ତା ଖୋଲା ରହିଛି | ଜଳପଥ ଉପରେ ପୋଲିସର କଡା ନଜର ରହିଛି | ପଦଯାତ୍ରୀଙ୍କୁ ଭଲ ଭାବେ ଯାଞ୍ଚ କରାଯାଉଛି |