Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଶୁକ୍ରବାର ଅପରାହ୍ନରେ ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ ଜିଆରପି

17/07/2020 at 10:11 AM

ଭୁବନେଶ୍ବର୧୭/୭: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା। ଶୁକ୍ରବାର ଅପରାହ୍ନରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିପାରେ ଜିଆରପି । ଘଟଣା ଘଟିବା ଦିନ ଉଭୟଙ୍କ କଣ କଥାବାର୍ତ୍ତା ହୋଇଥିଲା। ଉଭୟଙ୍କ ମଧ୍ୟରେ କୌଣସି ଏକ କଥାକୁ ଝଗଡା ହୋଇଥିଲା କି ? ଯଦି ହୋଇଥିଲା , କେଉଁ କାରଣ ପାଇଁ ଝଗଡା ହୋଇଥିଲା। ସେ ନେଇ ଜେରା କରିବ ଜିଆରପି । ଜିଆରପି ପକ୍ଷରୁ ବିଦ୍ୟାଶ୍ରୀଙ୍କୁ ଡାକରା ଆସିଛି।ପୂର୍ବରୁ ବିକାଶ, ପପୁ, ପ୍ରୀତମଙ୍କୁ ଜେରା କରି ସାରିଛି ଜିଆର୍‌ପି। ଅନ୍ୟପଟେ ଆଦିତ୍ୟଙ୍କ ଘନିଷ୍ଠ ବନ୍ଧୁ ବଲାଙ୍ଗିରର ବିଶ୍ବଙ୍କୁ ମଧ୍ୟ ନୋଟିସ ଦିଆଯାଇଛି।

ଦୁଇ ଦିନ ଭିତରେ ଭୁବନେଶ୍ବର ଜିଆରପି ଥାନାରେ ହାଜର ହେବାକୁ ବିଶ୍ବକୁ ନୋଟିସ୍‌ ଦିଆଯାଇଛି। ଏପଟେ ରେଳ ବିଭାଗ ପକ୍ଷରୁ ଗୋଟିଏ ସ୍ପଷ୍ଟୀକରଣ ଆସୁଥିବା ବେଳେ ଅନ୍ୟପଟେ ଆଦିତ୍ୟଙ୍କ ହାତ ଲେଖା ସୁଇସାଇଡ୍‌ ନୋଟ୍‌କୁ ନେଇ ବିବାଦ ଲାଗି ରହିଛି। ପ୍ରକୃତରେ ସୁଇସାଇଡ୍‌ ନୋଟ୍ ତାଙ୍କ ହାତ ଲେଖା କି ନାହିଁ, ପରୀକ୍ଷା ପରେ ତାହା ସ୍ପଷ୍ଟ ହେବ।

   Related Posts