ଚଳିତ ସପ୍ତାହରେ ଗଠନ ହେବ ଶିବରାଜଙ୍କ କ୍ୟାବିନେଟ : ୨୬ ଜଣିଆ ମନ୍ତ୍ରୀମଣ୍ଡଳରେ ସିନ୍ଧିଆଙ୍କ ୧୦ ନେତା ହେବେ ମନ୍ତ୍ରୀ !
14/04/2020 at 11:45 AM

ଭୋପାଳ ୧୪/୦୪ : ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳ ଚଳିତ ସପ୍ତାହରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି | ସୋମବାର ଦିନ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଲକଡାଉନ ମଙ୍ଗଳବାର ଦିନ ଶେଷ ହେଉଛି | ବର୍ତ୍ତମାନ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ମନ୍ତ୍ରୀଙ୍କ ଶପଥ ଗ୍ରହଣ କରାଯାଇପାରେ | ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୧୦ ଜଣ ସମର୍ଥକଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି | ୨୬ ଜଣ ନେତା ମନ୍ତ୍ରୀ ପଦ ପାଇଁ ଶପଥ ନେଇପାରନ୍ତି | ଜ୍ୟୋତିରାଦିତ୍ୟ ସିନ୍ଧିଆ ମାର୍ଚ୍ଚ ୧୦ ତାରିଖରେ ବିଜେପିରେ ସାମିଲ ହୋଇଥିଲେ | ସିନ୍ଧିଆଙ୍କ ସମର୍ଥନରେ ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଥିଲେ | ପୂର୍ବରୁ ସିନ୍ଧିଆଙ୍କ ୬ ସମର୍ଥକଙ୍କୁ କମଲନାଥ ମନ୍ତ୍ରୀମଣ୍ଡଳରେ ଦାୟିତ୍ୱ ଦିଆଯାଇଥିଲା |
ମାର୍ଚ୍ଚ ୨୦ ତାରିଖରେ କମଲନାଥ ସରକାର ଭାଙ୍ଗିବା ପରେ ମାର୍ଚ୍ଚ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶପଥ ନେଇଥିଲେ | ରାଜ୍ୟର ଇତିହାସରେ ପ୍ରଥମଥର ପାଇଁ କୌଣସି ମୁଖ୍ୟମନ୍ତ୍ରୀ ବିନା ମନ୍ତ୍ରୀମଣ୍ଡଳରେ ଏତେ ଦିନ ଦାୟିତ୍ୱ ବହନ କରଛନ୍ତି | ରବିବାର ଦିନ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କଳମନାଥ ଏହାକୁ ଆକ୍ଷେପ କରି କହିଥିଲେ, ଇଏ କେମିତି ମନ୍ତ୍ରୀମଣ୍ଡଳ ଯେଉଁଠି ସଙ୍କଟ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନାହାନ୍ତି | ତୁଳସୀ ସିଲାବଟ, ଇମରତି ଦେବୀ, ପ୍ରଦ୍ୟୁମ୍ନ ସିଂହ ତୋମାର, ମହେନ୍ଦ୍ର ସିଂହ ସିସୋଡ଼ିଆ, ପ୍ରଭୁରାମ ଚୌଧୁରୀ, ଗୋବିନ୍ଦ ସିଂହ ରାଜପୁତଙ୍କ ଛଡା କଂଗ୍ରେସ ଛାଡି ଆସିଥିବା ଏଂଡଲ ସିଂହ କଂସନା ଓ ହାରଦୀପ ସିଂହ ଡଙ୍ଗ, ରାଜବର୍ଦ୍ଧନ ସିଂହ ଦତ୍ତ ଓ ବିସାହୁ ଲାଲ ସିଂହଙ୍କୁ ମନ୍ତ୍ରୀ କରାଯାଇପାରେ | କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବାକି ୧୨ ଜଣ ବିଧାୟକଙ୍କୁ ମଧ୍ୟ ନିଗମ ମଣ୍ଡଳୀରେ ଦାଖଲ କରାଯିବାର ସମ୍ଭାବନା ରହିଛି |
ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩୫ ଜଣ ମନ୍ତ୍ରୀ ରହିପାରିବେ | ଯେଉଁ ୨୬ ଜଣ ଶପଥ ନେବେ ସେଥିରୁ ଯଦି ୧୦ ଜଣ ସିନ୍ଧିଆଙ୍କ ସମର୍ଥକଙ୍କୁ ମନ୍ତ୍ରୀ କରାଯାଏ ତାହେଲେ ବାକି ୧୬ ସ୍ଥାନରେ ବିଜେପି ନିଜ ବିଧାୟକ ଦଳରୁ ଦାବିଦାରଙ୍କୁ ଚୟନ କରିବ | ଏହି ୧୬ ଜଣଙ୍କ ପାଇଁ ନିର୍ବାଚନ ସବୁଠାରୁ ବଡ ଚେତାବନୀ | କାରଣ ମନ୍ତ୍ରୀପଦ ପାଇଁ ଅନେକ ଦାବିଦାର ଅଛନ୍ତି | ଶିବରାଜ ସିଂହଙ୍କ ନୂଆ ସରକାରରେ ସାମାଜିକ ସମୀକରଣ ଓ ଆଞ୍ଚଳିକ ସନ୍ତୁଳନ ରକ୍ଷା କରିବା ମୁଖ୍ୟ କାମ | ଆଞ୍ଚଳିକ ସ୍ଥରରେ ରାଜ୍ୟର ରାଜ୍ୟର ସମସ୍ତ ବିଭାଗର ମନ୍ତ୍ରୀ କରିବା ସହ ସାମାଜିକ ସମୀକରଣ ସ୍ଥରରେ କ୍ଷତିୟ, ବ୍ରାହ୍ମଣ, ପଛୁଆ ବର୍ଗ, ଅନୁସୂଚିତ ଜାତି ଜନଜାତି, ଆଦିବାସୀ ସମାଜକୁ ପ୍ରତିନିଧିତ୍ବ ଦିଆଯିବାର ସମ୍ଭାବନା ରହିଛି |