Saturday, January 18, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ଫ୍ରି କଲିଂ ଓ ଡାଟା ଉପରେ ରୋକ୍‌ ଲଗାଯାଇ ପାରେ – ଟ୍ରାଇ ଦେଇଛି ସଙ୍କେତ

ନୂଆଦିଲ୍ଲୀ ୧୩।୧୨ – ଏବେ ଫ୍ରିଲ କଲିଂ ଓ ଡାଟା ଉପରେ ରୋକ୍‌ ଲଗାଇବା ପାଇଁ ଟ୍ରାଇ ପ୍ରସ୍ତୁତି ଚଳାଇଛି । ବିଭିନ୍ନ ଟେଲିକମ୍‌ କମ୍ପାନୀ ନିଜର ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣାରେ କଲିଂ ଓ ଡାଟା ଟାରିଫ୍‌ ପ୍ଲାନ ଦେଉଛନ୍ତି । ମାତ୍ର ଦୂରସଞ୍ଚାର ନିୟାମକ ପ୍ରାଧିକରଣ ଏବେ ଫ୍ରି ବା ମାଗଣା କଲିଂ ଉପରେ ରୋକ୍‌ ଲଗାଇଛନ୍ତି । ଖୁବ ଶୀଘ୍ର ଟେଲିକମ୍‌ କମ୍ପାନୀମାନଙ୍କୁ ନିମ୍ନତମ କଲ୍‌ଦର ଓ ଡାଟା ଦର ନିର୍ଣ୍ଣୟ କରାଯିବା ପାଇଁ କୁହାଯିବ । କିଛିଦିନ ତଳେ ଟେଲିକମ୍‌ କମ୍ପାନୀମାନେ ନିଜର ଟାରିଫ୍‌ ବୃଦ୍ଧି କରିଛନ୍ତି ।

ଏୟାରଟେଲ୍‌ର ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ ଦୂର ସଞ୍ଚାର ସଚିବଙ୍କୁ ଭେଟିବା ପରେ ନ୍ୟୁନତମ ଦର ଲାଗୁ କରିବା ପାଇଁ ଦାବି କରିଥିଲେ । ଏହାପରେ ନିୟାମକ ଏହା ଉପରେ ବିଚାର କରୁଛନ୍ତି ।

୩ ତାରିଖରୁ ଭୋଡୋଫୋନ ଓ ଆଇଡିଆ, ଏୟାରଟେଲ ସେମାନଙ୍କର ସେବା ମୂଲ୍ୟ ବୃଦ୍ଧି କରିଛନ୍ତି । ଆଉ ଏତିକିବେଳେ ରିଲାଏନସ ଜିଓ ମଧ୍ୟ ସମାନ ବାଟ ଧରିଛି । ୬ ତାରିଖରୁ ଜିଓର ପ୍ଲାନ ୪୦ ପ୍ରତିଶତ ବୃଦ୍ଧି ପାଇଛି । ତେବେ ବୁଲେଇ ବଙ୍କେଇ କମ୍ପାନି କହିଛି ଏହାର ଗ୍ରାହକଙ୍କ ପାଇଁ କିଛି ଆକର୍ଷକ ଅଫର ରହିବ । ଏବଂ ଅଲ ଇନ୍ ୱାନ ପ୍ଲାନ ରହିବ । ଏମିତିକି କମ୍ପାନି ଦାବି କରୁଛି ଯେ ଅନ୍ୟ ସର୍ଭିସକୁ ଫୋନ କରୁଥିବା ଜିଓ ଗ୍ରାହକ ଏଥର ୩୦୦ ପ୍ରତିଶତ ଅଧିକ ଲାଭ ପାଇବେ।

ଏୟାରଟେଲ୍‌ର ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ ଦୂର ସଞ୍ଚାର ସଚିବଙ୍କୁ ଭେଟିବା ପରେ ନ୍ୟୁନତମ ଦର ଲାଗୁ କରିବା ପାଇଁ ଦାବି କରିଥିଲେ । ଏହାପରେ ନିୟାମକ ଏହା ଉପରେ ବିଚାର କରୁଛନ୍ତି ।

ଏବେ ବିଭିନ୍ନ ଟେଲିକମ୍‌ କମ୍ପାନୀର ଦର ତାଲିକା

ଏୟାରଟେଲ୍ -୩୯୯ : ଏୟାରଟେଲର ଏହି ପ୍ଲାନରେ ପ୍ରତିଦିନ ୧ଜିବି ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ୮୪ଦିନ ଏବଂ ଏଥିରେ ଅନଲିମିଟେଡ କଲିଙ୍ଗ ମିଳିଥାଏ। ଆସନ୍ତାକାଲିଠୁ ଏହି ପ୍ଲାନ୍ ଆପଣଙ୍କୁ ଆଉ ନଜର ଆସିବ ନାହିଁ। ଏଥିପାଇଁ ଆଜି ହିଁ ରିଚାର୍ଜ କରାଇନେବା ଆପଣଙ୍କ ପାଇଁ ଲାଭଦାୟକ ରହିବ।

ଏୟାରଟେଲ୍- ୪୪୮ : ଏହି ପ୍ଲାନର ବୌଧତା ୮୨ଦିନ। ଏଥିରେ ପ୍ରତିଦିନ ୧.୫ଜିବି ଡାଟା ଏବଂ ଅନଲିମିଟେଡ କଲିଙ୍ଗ ମିଳିଥାଏ। ଏହି ପ୍ଲାନରେ ପ୍ରତିଦିନ ୧୦୦ଟି ମ୍ୟାସେଜର ସୁବିଧା ରହିଛି। ଆସନ୍ତା କାଲିଠୁ ଏହି ପ୍ଲାନର ମୂଲ୍ୟ ୫୯୮ଟଙ୍କା ହୋଇଯିବ। ଏଥିପାଇଁ ଆଜି ରିଚାର୍ଜ କରି ନିଅନ୍ତୁ।

ଏୟାରଟେଲ୍-୪୪୯ : ଏହି ପ୍ଲାନରେ ପ୍ରତିଦିନ ୨ଜିବି ଡାଟା ମିଳିଥାଏ। ଏହାର ବୈଧତା ୮୨ଦିନ। ଏହି ପ୍ଲାନରେ ପ୍ରତିଦିନ ୧୦୦ଟି ମ୍ୟାସେଜ ଏବଂ ଅନଲିମିଟେଡ କଲିଙ୍ଗର ସୁବିଧା ରହିଛି। ଆସନ୍ତା କାଲିଠୁ ଏହି ପ୍ଲାନର ମୂଲ୍ୟ ୬୯୮ଟଙ୍କା ହୋଇଯିବ। ଏବେ ଆସନ୍ତୁ ଦେଖିବା ଭୋଡ଼ାଫୋନ୍ ପ୍ଲାନ୍ ବିଷୟରେ

ଭୋଡ଼ାଫୋନ୍-୩୯୯ : ଭୋଡ଼ାଫୋନର ୩୯୯ଟଙ୍କାର ପ୍ଲାନ୍ ରହିଛି ଯେଉଁଥିରେ ୮୪ଦିନର ବୈଧତା ମିଳିଥାଏ। ଏହି ପ୍ଲାନ୍ ଅନୁସାରେ ପ୍ରତିଦିନ ୧ଜିବି ଡାଟା ମିଳିଥାଏ। ଏଥିରେ ପ୍ରତିଦିନ ୧୦୦ଟି ଏସଏମଏସ୍ ମଧ୍ୟ ମିଳିଥାଏ। ଏହି ପ୍ଲାନ୍ ଅନୁସାରେ ସମସ୍ତ ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ କରାଯାଇପାରିବ। ଆସନ୍ତାକାଲିଠୁ ଏହି ପ୍ଲାନ୍ ଆପଣଙ୍କୁ ମିଳିବ ନାହିଁ।

ଭୋଡ଼ାଫୋନ୍- ୪୫୮ : ଏହି ପ୍ଲାନରେ ପ୍ରତିଦିନ ୧.୫ଜିବି ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ୮୪ଦିନ। ଏଥିରେ ସମସ୍ତ ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ ମିଳିଥାଏ। ଡିସେମ୍ବର ୩ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଏହି ପ୍ଲାନର ମୂଲ୍ୟ ୫୯୯ଟଙ୍କା ହୋଇଯିବ। କିନ୍ତୁ ଆଜି ରିଚାର୍ଜ କରାଉଥିବା ବ୍ୟକ୍ତି ଲାଭବାନ ହେବେ।

ଭୋଡ଼ାଫୋନ୍ – ୫୦୯ : ଭୋଡ଼ାଫୋନର ଏହି ପ୍ଲାନରେ ୯୦ଦିନର ବୈଧତା ମିଳିଥାଏ। ଏଥିରେ ପ୍ରତିଦିନ ୧୦୦ଟି ମ୍ୟାସେଜ ଏବଂ ୧.୫ଜିବି ଡାଟା ମିଳିବ। ଏହି ପ୍ଲାନରେ ଅନେକ ଗୁଡ଼ିଏ ଆପର ସବସ୍କ୍ରିପ୍ସନ ମିଳିବ।

ଆଇଡିଆ – ୩୯୯ : ଆଇଡିଆର ୩୯୯ଟଙ୍କାର ପ୍ଲାନ୍ ରହିଛି ଯେଉଁଥିରେ ୮୪ଦିନର ବୈଧତା ରହିଥାଏ। ଏହି ପ୍ଲାନରେ ସମସ୍ତ ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ ମିଳିଥାଏ ଏବଂ ୮୪ଦିନ ଯାଏଁ ପ୍ରତିଦିନ ୧ଜିବି ଡାଟା ମିଳିବ। ଏହା ବ୍ୟତୀତ ପ୍ରତିଦିନ ୧୦୦ଟି ମ୍ୟାସେଜ ମଧ୍ୟ ମିଳିବ। କିନ୍ତୁ କାଲିଠୁ ଏହି ପ୍ଲାନ୍ ମହଙ୍ଗା ହୋଇଯିବ।

437 Views

   ସମ୍ବନ୍ଧିତ ଖବର


Loading...