Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଶ୍ମୀରରେ ଉପୁଜିପାରେ ଜରୁରୀ ପରିସ୍ଥିତି, ରେଳ କର୍ମଚାରୀଙ୍କୁ ଆରପିଏଫ୍ ସିକ୍ୟୁରିଟି କମିଶନରଙ୍କ ଚିଠି ପରେ ସୃଷ୍ଟି ହେଲା ହଇଚଇ

30/07/2019 at 8:11 PM

ଶ୍ରୀନଗର୩୦|୭: ଆରପିଏଫ ସବଡିଭିଜନର ସିକ୍ୟୁରିଟି କମିଶନରଙ୍କ କାର୍ଯ୍ୟାଳୟରୁ ଏକ ଚିଠି ଜାରି ଜମ୍ମୁକାଶ୍ମୀରରେ ରହୁଥିବା କର୍ମଚାରୀଙ୍କ ପାଇଁ ଜାରୀ ହୋଇଛି । ଏହି ଚିଠିରେ କାଶ୍ମୀରରେ ଜରୁରୀକାଳୀନ ସ୍ଥିତି ଉପୁଜିବା ନେଇ ଆଶଂକା ପ୍ରକାଶ କରାଯିବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।

ଏହି ଚିଠି ଜାରି ହେବାପରେ କାଶ୍ମୀର ଘାଟି ରହୁଥିବା କର୍ମଚାରୀଙ୍କ ଭିତରେ ହଇଚୟ ସୃଷ୍ଟି ହୋଇଛି। ଜରୁରିକାଳୀନ ପରିସ୍ଥିତିରେ ଖାଦ୍ୟ ସାମଗ୍ରୀ ମହଜୁତ ରଖିବା ପାଇଁ କର୍ମଚାରୀଙ୍କୁ ଚିଠିରେ କୁହାଯାଇଛି। ଏଥିସହ କର୍ମଚାରୀମାନେ ନିଜ ପରିବାରକୁ କାଶ୍ମରଠାରୁ ଦୂରେଇ ରଖିବାକୁ ମଧ୍ୟ ଏହି ଚିଠିରେ ମରାମର୍ଶ ଦିଆଯାଇଛି। ଜରୁରିକାଳୀନ ପରିସ୍ଥିତିରେ ଛୁଟି ଉପରେ ରୋକ୍ ଲାଗିବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

ଅପରପକ୍ଷରେ ସିକ୍ୟୁରିଟି କମିଶନର କାର୍ଯ୍ୟାଳୟରୁ ଆସିଥିବା ଚିଠିକୁ ରେଳ ବିଭାଗ ଖାରଜ କରିଛି। ରେଳବିଭାଗ କହିଛି, ଏପରି ଚିଠି କରିବା ପାଇଁ କୌଣସି ନିୟମ ନାହିଁ। ଏହି ଚିଠି ଉପରେ ରେଳବିଭାଗ ସ୍ପଷ୍ଟୀକରଣ ରଖିବା ପ​ରେ ଫିରୋଜପୁର ଡିଭିଜନର ସିନିୟର ସୁରକ୍ଷା ଅଧିକାରୀ ଏକ ବର୍ଷ ଛୁଟି ନେଇ ଚାଲିଯାଇଛନ୍ତି।

ଏହି ଘଟଣା ପରେ ରେଳବିଭାଗର ବରିଷ୍ଠ ଅଧିକାରୀମାନେ ଅଷନ୍ତୋଷ ବ୍ୟକ୍ତ କରିଛନ୍ତି। ଜାରି ହୋଇଥିବା ଚିଠି ପରିପ୍ରେକ୍ଷୀରେ ଜୁଲାଇ ୨୭ ତାରିଖରେ ସୁରକ୍ଷା ଏଜେନ୍ସି ସମେତ ବଡଗାମର ସହାୟକ ସୁରକ୍ଷା ଆୟୁକ୍ତ ସୁଦେଶ ନୁଗ୍ୟାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଥିଲା। କାଶ୍ମୀର ଘାଟିରେ ବିଗୁଡିଥିବା ଆଇନ ଶୃଙ୍ଖଳା ପରସ୍ଥିତି ବାବଦରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। କାଶ୍ମୀର ସୁରକ୍ଷା ପ୍ରସଙ୍ଗ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା।

କାଶ୍ମୀର ସୁରକ୍ଷା ଦିଗରେ ବୈଠକରେ ଅଧ୍ୟକ୍ଷତା କରୁଥିବା ଏଏସସି ନୁଗ୍ୟାଲଙ୍କୁ ପ୍ରଶ୍ନ କରାଯାଇଥିଲା। ନୁଗ୍ୟାଲ ଉତ୍ତରରେ କହିଥିଲେ, ଏହି ଚିଠି ତାଙ୍କ ଜ୍ଞାତସାରରେ ଜାରି କରାଯାଇ ନାହିଁ। ତେଣୁ ଏସବୁ ପ୍ରଶ୍ନର ଉତ୍ତର ତାଙ୍କୁ ମାଗିବା ଠିକ୍ ନୁହେଁ। ଚିଠା ସହ ତାଙ୍କ କିଛି ସଂପର୍କ ନାହିଁ। ତେବେ କାଶ୍ମୀର ଘାଟି ପରିସ୍ଥିତି ଭଲ ଅଛି ବୋଲି ସେ କହିଥିଲେ। ସେହିଭଳି  ଆରପିଏଫ ମହାନିର୍ଦେଶକ ଅରୁଣ କୁମାର କହିଛନ୍ତି, ଯେ ଚିଠି ଜାରୀ କରିଥିବା ଅଧିକାରୀ କାଶ୍ମୀରର ସୁରକ୍ଷା ସ୍ଥିତି ସଂପର୍କରେ କିଛି ଖବର ରଖନ୍ତି ନାହିଁ।,

   Related Posts