Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ: ବଦଳି ପାରେ ପିସିସି ଚୌକି, ରେସ୍‌ରେ ଅଛନ୍ତି ବହୁ ଟାଣୁଆ ନେତା

26/06/2020 at 11:46 AM

ଭୁବନେଶ୍ବର୨୬/୬: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ । ଖୁବଶିଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏଭଳି ଠୋସ ଆଭାସ ମିଳିଲାଣି।  କାରଣ ଜୁଲାଇ ମାସରେ ଏଆଇସିସିର ପୁନଃଗଠନ ହେବ। ସୋନିଆ ଗାନ୍ଧୀ ଦାୟୀତ୍ବ ନେବା ପରଠାରୁ ବର୍ତ୍ତମାନ ସୁଦ୍ଧା ତାଙ୍କ ଟିମ୍ ଗଠନ କରିନାହାଁନ୍ତି । ତେଣୁ ସୋନିଆ ତାଙ୍କ ଟିମ୍ ଗଠନ କଲେ ଏଆଇସିସିରେ ପୂରା ଅମୂଳ ଚୂଳ ପରିବର୍ତ୍ତନ ହେବ। ଏପରିକି ସେ ଟିମ୍ ପରିବର୍ତ୍ତନ କଲେ ସଙ୍ଗଠନ ସମ୍ପାଦକ ଠାରୁ ଆରମ୍ଭ କରି ପ୍ରଭାରୀ ଏବଂ ରାଜ୍ୟ ସଭାପତି ମଧ୍ୟ ପରିବର୍ତ୍ତନ ହେବେ। ଏପଟେ ପସିସି ସଭାପତି ଦେଇଥିବା ଜିଲ୍ଲା କଂଗ୍ରେସ ସଭାପତି ତାଲିକା, ସାଧରଣ ସମ୍ପାଦକ ତାଲିକା, ସମ୍ପାଦକ ତାଲିକା  ବର୍ଷେ ହେଲାଣି ପକାଇ ରଖିଛନ୍ତି ଅନୁମତି ଦେଉନାହାନ୍ତି। ଯେଉଁଥିପାଇଁ ପିସିସି ସଭାପତି ତାଙ୍କ ଟିମ ଗଠନ କରିପାରୁନାହାନ୍ତି। କଂଗ୍ରେସ ହାଇକମାଣ୍ତ ବିଶ୍ବାସ ପିସିସି ସଭାପତି ଭରଷା କରିପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। 

 ଏପଟେ ଏଆଇସିସି ପୁନଃଗଠନ ଆଭାସ ମିଳିବା ରାଜ୍ୟ କଂଗ୍ରେସ ଲାଗିଲାଣି ପିସିସି ସଭାପତି ପାଇଁ ଦୌଡ ଆରମ୍ଭ ହୋଇଗଲାଣି। ଆଶାୟୀ ପ୍ରାର୍ଥୀମାନେ ସମର୍ଥନ ପାଇଁ ଘର ଘର ବୁଲିଲେଣି। ପିସିସି ସଭାପତି ଦୌଡରେ ଅଛନ୍ତି ଦୁଇ ଜଣ ବିଧାୟକତାରା ପ୍ରସାଦ ବାହିନୀପତି ଏବଂ ମହମ୍ମଦ ମୋକିମ, ଏଆଇସିସି ଦୁଇଜଣ ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଏବଂ ଶରତ ରାଉତ। କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ । ଏମାନେ ସମସ୍ତେ ଏବେ ଘର ଘର ବୁଲି ସମର୍ଥନ ଜୁଟାଇବାରେ ଲାଗିଛନ୍ତି। 

   Related Posts