୨୨ରେ ଦେଶବ୍ୟାପୀ ଧର୍ମଘଟ କରିବେ ୧୦ଟି ଟ୍ରେଡ୍ ୟୁନିଅନ, ଶ୍ରମ ଆଇନର ସସ୍ପେନସନକୁ ବିରୋଧ

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ, ୧୫|୦୫ :  ଲକଡାଉନ୍ ସମୟରେ କିଛି ରାଜ୍ୟ ଶ୍ରମ ଆଇନକୁ ବାତିଲ କରିବା ବିରୋଧରେ ମେ ୨୨ ତାରିଖରେ ୧୦ଟି ଟ୍ରେଡ୍ ୟୁନିଅନ ପକ୍ଷରୁ ଦେଶବ୍ୟାପୀ ହରତାଳ କରାଯିବା ନେଇ ଘୋଷଣା କରାଯାଇଛି । ଏହି ମାମଲାକୁ ଅନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନରେ ଉଠାଯିବ ବୋଲି ୟୁନିଅନ କହିଛି ।

କେନ୍ଦ୍ରୀୟ ବ୍ୟାପାର ସଙ୍ଘ ବା ସିଟୁ ଏନେଇ ଗୁରୁବାର ବୈଠକ କରିଥିଲା । ଏଥିରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା । ଏହି ବୈଠକ ପରେ ସୂଚନା ଦିଆଯାଇଛି ଯେ, ଆସନ୍ତା ମେ ୨୨ରେ ସରକାରଙ୍କ ଶ୍ରମିକ ବିରୋଧିରେ ସଙ୍ଗଠନ ରାସ୍ତାକୁ ଓହ୍ଲାଇବ । ଦେଶବ୍ୟାପୀ ହରତାଳ କରାଯିବ ।

ସଙ୍ଗଠନ ଅଭିଯୋଗ କରିଛି ଯେ, ଉତ୍ତର ପ୍ରଦେଶ ସରକାର ଲକଡାଉନ୍ ମଧ୍ୟରେ ଶ୍ରମ ଆଇନକୁ ବାତିଲ କରିଦେଇଛନ୍ତି । ସେହିପରି ମଧ୍ୟପ୍ରଦେଶ ସରକାର ମଧ୍ୟ ଆର୍ଥିକ ଗତିବିଧି ଉପରେ ରୋକ ଲଗାଇ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ଗୁଜୁରାଟ ସରକାର କାମ କରିବାର ସମୟକୁ ୧୨ ଘଣ୍ଟାରୁ ୮ ଘଣ୍ଟାକୁ ହ୍ରାସ କରିଛନ୍ତି । ଆସାମ, ତ୍ରିପୁରା ଭଳି ରାଜ୍ୟ ଏପରି କରିବା ପାଇଁ ଯୋଜନା କରୁଛନ୍ତି । ଏପରି କରାଯାଇ ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗଙ୍କୁ ଅତ୍ୟାଚାର କରାଯାଉଛି । ଆହୁରି ସିଟୁ ଏହି ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ସଙ୍ଗଠନକୁ ପ୍ରତିନିଧି ପଠାଇବ ବୋଲି ନିଷ୍ପତ୍ତି ନେଇଛି । ଏହା ମାନବାଧିକାରର ଉଲଙ୍ଘନ ବୋଲି ମଧ୍ୟ ସଙ୍ଗଠନ ଅଭିଯୋଗ କରିଛି ।

ଟ୍ରେଡ୍ ୟୁନିଅରର ଜାତୀୟ ସ୍ତରର ନେତା ମେ ୨୨ରେ ଗାନ୍ଧୀଙ୍କ ସମାଧୀ ରାଜଘାଟରେ ଗୋଟିଏ ଦିନ ହରତାଳ କରିବେ ।ଏହାସହ ସମସ୍ତ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.