ମୁଖ୍ୟମନ୍ତ୍ରୀଙ୍କ ଲକଡାଉନ୍ ବୃଦ୍ଧି ନିଷ୍ପତ୍ତିକୁ ଅଧିକାଂଶ ଓଡିଶାବାସୀଙ୍କ ସମର୍ଥନ

Published By : Prameya-News7 Bureau | April 13, 2020 IST

ଭୁବନେଶ୍ୱର, ୧୩|୦୪:  ସାରା ଦେଶ ଏବେ କରୋନା ସଙ୍କଟ ମଧ୍ୟରେ ଗତି କରୁଛି । ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାସ ୨୫ ତାରିଖରେ ସାରା ଦେଶରେ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଯାହାର ଅବଦ୍ଧି ଏପ୍ରିଲ ୧୪ ତାରିଖରେ ଶେଷ ହେବାକୁ ଯାଉଛି । କିନ୍ତୁ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଲକଡାଉନ୍ ବୃଦ୍ଧି କରିପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏହା ପୂର୍ବରୁ ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଲକଡାଉନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୯ ତାରିଖରେ ଘୋଷଣା କରିଥିଲେ । ତେବେ ନବୀନଙ୍କ ଏହି ଘୋଷଣାକୁ ଅଧିକାଂଶ ଓଡିଶାବାସୀ ସମର୍ଥନ କରିଛନ୍ତି ।

{"id":253499,"width":749,"height":460,"sizeSlug":"large"}

ମୋଟ୍ ୮୫ ପ୍ରତିଶତ ରାଜ୍ୟବାସୀ ଲକଡାଉନକୁ ସ୍ୱାଗତ କରିଛନ୍ତି । ତେବେ  ଲକଡାଉନକୁ ମାତ୍ର ୩୮ ପ୍ରତିଶତ ପଶ୍ଚିମବଙ୍ଗବାସୀ ସମର୍ଥନ କରିଛନ୍ତି । ଓଡିଶାରେ ଲକଡାଉନକୁ କଡାକଡି ଭାବେ ପାଳନ କରାଯାଇଥିବା ବେଳେ ପଶ୍ଚିମବଙ୍ଗରେ ଏଥିରେ କୋହଳ ଦେଖିବାକୁ ମିଳିଥିଲା । ଜନ୍ କୀ ବାତ୍ ସର୍ଭେରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

{"id":253500,"width":749,"height":514,"sizeSlug":"large"}

ସେହିପରି ଗୁଜୁରାଟରେ ୫୧ ପ୍ରତିଶତ, ବିହାରରେ ୫୦ ପ୍ରତିଶତ, ଗୋଆରେ ୫୨ ପ୍ରତିଶତ, କର୍ଣ୍ଣାଟକରେ ୫୬ ପ୍ରତିଶତ, ମଧ୍ୟ ପ୍ରଦେଶରେ ୬୪ ପ୍ରତିଶତ, ମହାରାଷ୍ଟ୍ରରେ ୬୨ ପ୍ରତିଶତ ଓ ହରିୟାଣାରେ ୬୪ ପ୍ରତିଶତ ଜନତା ସେମାନଙ୍କ ରାଜ୍ୟ ସରକାରଙ୍କୁ ଲକଡାଉନକୁ ସମର୍ଥନ କରିଛନ୍ତି ।

{"id":253501,"width":756,"height":378,"sizeSlug":"large"}

ଏତତ୍ ବ୍ୟତୀତ ୯୦ ପ୍ରତିଶତ ଓଡିଶାବାସୀ ସାରା ଦେଶରେ ଲକଡାଉନ ବୃଦ୍ଧି ସପକ୍ଷରେ ମତ ରଖିଛନ୍ତି । ସେହିପରି ମୋଟ୍ ୭୮ ପ୍ରତିଶତ ଜନତା କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶରେ ଲକଡାଉନ୍ ବୃଦ୍ଧି ହେବା ଉଚିତ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.