ରାଜ୍ୟରେ ଅଛନ୍ତି ୨୩,୪୨୯ ଜଣ ଅତିଶୟ କମ୍‌ ଓଜନର ପିଲା, ଏହି ଜିଲ୍ଲାରେ ସର୍ବାଧିକ

Published By : Prameya-News7 Bureau | November 16, 2019 IST

ଭୁବନେଶ୍ୱର ୧୬।୧୧ - ରାଜ୍ୟରେ ୨୩,୪୨୯ ଜଣ ଅତିଶୟ କମ୍‌ ଓଜନର ପିଲା ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ଅତିଶୟ କମ୍‌ ଓଢଜନର ଶିଶୁ ରହିଛନ୍ତି । ବିଧାନସଭାରେ ବିଧାୟିକା କୁସୁମ ଟେଟେ ଉଠାଇଥିବା ଏକ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏହି ଉତ୍ତର ଦେଇଛନ୍ତି ।

ଶିଶୁମାନଙ୍କର ଶାରିରୀକ ଓ ମାନସିକ ଅଭିବୃଦ୍ଧି ପାଇଁ ତଥା ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ୭୨,୫୮୭ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ୧୪୭୪୮୧୦ ଜଣ ଶିଶୁ ଏବେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ପୃଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ୧୦୩୫୮୮.୦୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏବେ ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.