Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଯୋଗୁ ଏଭିଏସନ ସେକ୍ଟରରେ ଯାଇଛି ସର୍ବାଧିକ ଚାକିରୀ: ମନ୍ତ୍ରୀ

16/09/2020 at 4:16 PM

ନୂଆଦିଲ୍ଲୀ ୧୬।୯:  କରୋନା ଭାଇରସ ମହାମାରୀ ଯୋଗୁ ସବୁ କ୍ଷେତ୍ର ଉଣା ଅଧିକେ ପ୍ରଭାବିତ ହୋଇଛନ୍ତି। ତେବେ ଉଡାଣ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦକୁ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ ୩୧ ମାର୍ଚ୍ଚ ସୁଦ୍ଧା ଉଡ୍ଡୟନ କ୍ଷେତ୍ରରେ ୭୪ହଜାର ୮୮୭ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ। ତେବେ ଜୁଲାଇ ୩୧ ବେଳକୁ କର୍ମଚାରୀଙ୍କ ସଂଖ୍ୟା ୬୯ ହଜାର ୫୮୯ ହୋଇଯାଇଥିବା ମନ୍ତ୍ରୀ କହିଛନ୍ତି।

ସେହିପରି ୩୧ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ବିମାନ ବନ୍ଦରରେ ୬୭ହଜାର ୭୬୦ ଜଣ କର୍ମଚାରୀ କାମ କରୁଥିଲେ। ତେବେ ଜୁଲାଇ ୩୧ ବେଳକୁ ଏହି ସଂଖ୍ୟା ୬୪ ହଜାର ୫୧୪କୁ ହ୍ରାସ ହୋଇଛି। କେବଳ ଉଡ୍ଡୟନ ଅଥବା ବିମାନ ବନ୍ଦର ନୁହେଁ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେନ୍ସୀମାନେ ମଧ୍ୟ ସେମାନଙ୍କ କର୍ମଚରୀ ସଂଖ୍ୟା ହ୍ରାସ କରିଛନ୍ତି। ଏଜେନ୍ସୀମାନେ ୩୧ ମାର୍ଚ୍ଚ ସୁଦ୍ଧା ୩୭ ହଜାର ୭୨୦ କର୍ମଚାରୀଙ୍କୁ ବିଭିନ୍ନ ଗ୍ରାଉଣ୍ଡ କାମରେ ନିୟୋଜିତ କରିଥିଲେ। ତେବେ ଜୁଲାଇ ୩୧ ତାରିଖ ବେଳକୁ ଏହି କର୍ମଚାରୀଙ୍କ ସଂଖ୍ୟା ୨୯ ହଜାର ୨୫୪କୁ ହ୍ରାସ କରିଛନ୍ତି।

ଦେଶରେ କରୋନା ଲକଡାଉନ ସମୟରେ ଯାତ୍ରୀ ସେବା ବନ୍ଦ ଥିଲା। ତେବେ କାର୍ଗୋ ବିମାନ ଚଳାଚଳ କରୁଥିଲେ।  କାର୍ଗୋକ୍ଷେତ୍ରରେ କାର୍ଯ୍ୟଜାରି ଥିଲେ ହେଁ ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ହୋଇଥିବା ମନ୍ତ୍ରୀ ସୂଚନାରେ କହିଛନ୍ତି। ୩୧ ଜୁଲାଇ ପର୍ଯ୍ୟନ୍ତ କାର୍ଗୋ ସେବାରେ ୯ହଜାର ୫୫୫ ଜଣ କର୍ମଚାରୀ କାମ କରୁଥିଲେ। ତେବେ ଜୁଲାଇ ୩୧ ତାରିଖ ବେଳକୁ କର୍ମଚାରୀଙ୍କ ସଂଖ୍ୟା ୮ ହଜାର ୫୩୮କୁ ହ୍ରାସ ହୋଇଛି। ଏହିପରି ୪ ମାସରେ ବିମାନ ସେବା କ୍ଷେତ୍ରରେ ମୋଟ ୧୮ ହଜାର କର୍ମଚାରୀ ବୃତ୍ତି ହରାଇଥିବା ମନ୍ତ୍ରୀ ସଂସଦକୁ ସୂଚନା ଦେଇଛନ୍ତି।   

   Related Posts