Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କଟକ ଓ ବାଲେଶ୍ବରରେ ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି : ଖାଉଟି କଲ୍ୟାଣ ମନ୍ତ୍ରୀ

20/11/2019 at 11:24 AM

ଭୁବନେଶ୍ବର ୨୦।୧୧: ବିଧାନସଭା ଶୀତ ଅଧିବେଶନର ଆଜି ୭ମ ଦିନ । ବିଧାନସଭା ପ୍ରଶ୍ନୋତ୍ତର କାଳ ସ୍ବାଭାବିକ ଚାଲିଛି । ବିଧାନସଭାରେ ଉଠିଲା ସୁନା ଦୋକାନୀ ଠକେଇ ପ୍ରସଙ୍ଗ । କଟକ ଓ ବାଲେଶ୍ବର ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି । ଏହାସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବି ଗ୍ରାହକମାନଙ୍କୁ ଲୁଟୁଛନ୍ତି ଦୋକାନୀ । ଗୃହରେ ଏଭଳି ଉତ୍ତର ରଖିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

୨୦୧୮-୧୯ମସିହାରେ ୩୧ଟି ଓ ଚଳିତ ବର୍ଷ ୧୧ଟି ସୁନା ଦୋକାନ ଉପରେ ଚଢାଉ ହୋଇଛି । ସୁନା ଦୋକାନୀ କରୁଛନ୍ତି ହେରଫେର ।

ଭୁବନେଶ୍ବର ଓ ବ୍ରହ୍ମପୁରରେ ସୁନା ଦୋକାନଗୁଡିକରେ କାହିଁ ଚଢାଉ ହୋଇନାହିଁ ବୋଲି ବାଚସ୍ପତି ପ୍ରଶ୍ନ ଉଠାଇଛନ୍ତି । ସଂପୃକ୍ତ ଦୁଇ ଇନ୍ସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । କେଉଁ ସୁନା ଦୋକାନୀ କେତେ ଠକିଛନ୍ତି ତାହାର ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତାଲିକାରେ ବାଲେଶ୍ବରରେ ୬ଟି, ଖୋର୍ଦ୍ଧାରେ ୪ଟି, କଟକରେ ୭ଟି ଦୋକାନ ରହିଛି ।

   Related Posts