ପୁଲୱାମା ହମଲା ସମ୍ପର୍କରେ ମୁହଁ ଖୋଲିଲେ ଏହି ପାକିସ୍ତାନୀ ଅଭିନେତ୍ରୀ, ଜାଣନ୍ତୁ କହିଲେ କ’ଣ
19/02/2019 at 1:19 PM

ଜମ୍ମୁ କଶ୍ମୀର ପୁଲୱାମାରେ ସିଆରପିଏଫ ଫୌଜ ଉପରେ ହୋଇଥିବା ଆତ୍ମଘାତୀ ହମଲା ପୁରା ଦେଶରେ ହଇଚଇ ସୃଷ୍ଟି କରିଦେଇଛି। ପୁରା ବିଶ୍ୱ ଘଟଣାକୁ ନିନ୍ଦା କରିଥିବାବେଳେ ଭାରତବାସୀଙ୍କୁ ସ୍ତବ୍ଧ କରିଦେଇଛି। ସମଗ୍ର ଦେଶବାସୀଙ୍କ ରାଗ ଏ ଯାଏଁ ଶାନ୍ତ ହୋଇନି। ଏହା ସହ ପାକିସ୍ତାନୀ କଳାକାରଙ୍କର ବଲିଉଡରେ କାମ କରିବା ନିଷେଧ କରାଯାଇଛି। ବଲିଉଡ କଳାକାର ଓ ଫିଲ୍ମ ତାରକା ଏହି ଦୁଃଖଦ ଘଟଣା ପାଇଁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କିନ୍ତୁ ଅନେକ ବାରତୀୟ ସିନେମାରେ କାମ କରୁଥିବା ପାକିସ୍ତାନୀ କଳାକାର ଏହି ଘଟଣାର ନିନ୍ଦା କରିନାହାନ୍ତି କି ସହିଦଙ୍କ ପରିବାରକୁ ସମବେଦନା ମଧ୍ୟ ଜଣାଇନାହାଁନ୍ତି। ତେଣୁ ପାକିସ୍ତାନୀ କଳାକାରଙ୍କର ଚୁପ ରହିବା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଭାରତୀୟ ସିନେମା ଜଗତରେ କାମ କରି ମଧ୍ୟ ଭାରତ ସପକ୍ଷରେ ନହେଲା ନାହିଁ ସହିଦଙ୍କ ପରିବାରକୁ ସମବେଦନା ମଧ୍ୟ ଜଣାଇନାହାନ୍ତି। ମାହିରା ଖାନ, ଫୱାଦ ଖାନ, ଆତିଫ ଅସଲମ ଭଳି ଚର୍ଚ୍ଚିତ କଳାକାର ବି କିଛି କହିନାହାନ୍ତି। କିନ୍ତୁ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକେନ୍ଙ୍କ ଏକ ବିବୃତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଜଣେ ଭାରତୀୟ ୟୁଜରଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ମାୱରା । ରବିବାର ଦିନ ଜଣେ ଭାରତୀୟ ୟୁଜର ସୋସିାଲ ମିଡିଆରେ ମାୱରାଙ୍କୁ ପ୍ରଶ୍ନ କରିଥିଲେ ଯେ ପୁଲୱାମା ଆତଙ୍କବାଦୀ ହମଲା ବିଷୟରେ ତାଙ୍କ ମତ କଣ ଓ ପ୍ରଶ୍ନ ସହ ଏହା ମଧ୍ୟ କହିଥିଲେ ଯେ ସେ ଜାଣିଛନ୍ତି ମାୱରା ଉତ୍ତର ଦେବେ ନାହିଁ।

ତେବେ ମାୱରା ଲେଖିଥିଲେ ଯେ “ସେ ଉତ୍ତର ଦେବା ପୂର୍ବରୁ ସେ କେମିତି ଭାବିପାରିଲେ ଯେ ଅନ୍ୟଜଣ କିଛି କହିବ ନାହିଁ । ତାଙ୍କୁ ଏମିତି ଜଜ୍ ନକରିବାକୁ ସେ ପ୍ରତିକ୍ରିୟାରେ ଲେଖିଥିଲେ। ସେ ଲେଖିଥିଲେ ଯେ, ମାନବିକତା ସର୍ବପ୍ରଥମେ ଆସେ। ଜଦି କୌଣସି ବ୍ୟକ୍ତି ନିଜ ଭାବନା ପ୍ରକାଶ କରୁନି ତା ମାନେ ନୁହଁ ଯେ ତାକୁ ଘୃଣା କରିବା ଉଚିତ୍”। ଏତେ ଲୋକଙ୍କ ମୃତ୍ୟୁ ନିଶ୍ଚୟ ଦୁଃକଦ ବୋଲି ସେ କହିଥିଲେ । ଅନ୍ୟ ଏକ ୟୁଜର ପ୍ରଶ୍ନ କରିଥିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ରହିବା ଜରୁରୀ କି ନୁହେଁ। ମାୱରା ଲେଖିଥିଲେ ଯେ ଶାନ୍ତି କାହାକୁ ପସନ୍ଦ ନୁହଁ, ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ରହିବା ଉଚିତ୍ କିନ୍ତୁ କିଛି ଲୋକଙ୍କ ପାଇଁ ଦୁର୍ଭାଗ୍ୟ ବଶତଃ ସେମାନେ ହିଁ ଶିକାର ହେଉଛନ୍ତି।
ଉରୀ ଆତଙ୍କୀ ହମଲାକୁ ନେଇ ମଧ୍ୟ ଅତୀତରେ ମାୱରା ବୟାନ ଦେଇଥିଲେ। ୨୦୧୬ ମସିହାରେ ହୋଇଥିବା ଉରୀ ଆଟାକ୍ ବିଷୟରେ ମାୱରା ଟୁଇଟ୍ କରିଥିଲେ। ଏହି ଆତଙ୍କୀ ହମଲାକୁ ସେ ନିନ୍ଦା କରିଥିଲେ। କିନ୍ତୁ କିଛି ଅସୁବିଧାର ସମ୍ମୁଖିନ ନହେବା ପାଇଁ ସେ ଭାରତ କିମ୍ୱା ଉରୀର ନାଁ ଟୁଇଟି୍ରେ ଲେଖିନଥିଲେ।

ବଲିଉଡ ଫିଲ୍ମ ସନମ ତେରି କସମରେ ମାୱାରା ଡେବ୍ୟୁ କରିଥିଲେ। ହର୍ଷବର୍ଧନ ରାଣେଙ୍କ ବିପକ୍ଷରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ମାୱରାଙ୍କ ବଲିଉଡ ଚଲଚ୍ଚିତ୍ରରେ କାମ କରିବା ବିଷୟରେ ଚର୍ଚ୍ଚା ଚାଲିଥିଲା କିନ୍ତୁ ଉରୀ ହମଲା ପରେ ଭାରତ ଓ ପାକିସ୍ତାନର ସଂପର୍କ ଭଲ ନଥିବାରୁ ମାୱରା ପାକିସ୍ତାନ ଫେରିଯାଇଥିଲେ।
Related Posts
ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧
16 January 2021