ଅନୁଗୋଳ ୩।୧୧: ଛୋଟ ବୟସରେ ବଡ଼ କାମ । ବୟସ ୧୪ କିନ୍ତୁ ଅନନ୍ୟ ତାଙ୍କ ପ୍ରତିଭା। 'ମାଭିକ' ନାମକ ଏକ ପ୍ରକଳ୍ପ ତିଆରି କରି ନାସା ବୈଜ୍ଞାନିକଙ୍କ ହୃଦୟ ଜିତିଛନ୍ତି ସେ । ନାସା ସ୍ପେସ ସେଟଲମେଣ୍ଟ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଅନୁଗୋଳ ହୁଲୁରିସିଂହାର ଶୁଭ୍ରାଂଶୁ ନାୟକ ।
{"id":178686}ଶୁଭ୍ରାଂଶୁ ନାୟକ । ବୟସ ୧୪ । ଅନୁଗୋଳ ହୁଲୁରିସିହାର ସରକାରୀ ବସ୍ତିରେ ବାପା ମାଆଙ୍କ ସହ ରୁହନ୍ତି । ଅନୁଗୋଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନବମ ଶେଣୀର ଛାତ୍ର । ଶୁଭ୍ରାଂଶୁ ଏକ ପ୍ରକଳ୍ପ ତିଆରି କରିଛନ୍ତି ଯେଉଁଥିରେ କି ଅତି ଦୁର୍ଗମ ଅଞ୍ଚଳକୁ ମେଡିସିନଠାରୁ ଆରମ୍ଭ କରି ଅନ୍ୟାନ୍ୟ ସରଞ୍ଜାମ ଅନ୍ୟାୟାସରେ ପହଞ୍ଚାଯାଇପାରିବ । ଏହି ପ୍ରକଳ୍ପର ନାଁ ରଖାଯାଇଛି 'ମାଭିକ୍'।
{"id":178687}ଆଉ ଏହି ମଡେଲ ନାସା ବୈଜ୍ଞାନିକଙ୍କ ହୃଦୟ ଜିତି ପାରିଛି । ଜାନୁଆରୀ ପହିଲାରେ ଆମେରିକା ୱାଶିଂଟନ ଡିସିରେ ହେବାକୁ ଥିବା ନାସା ସ୍ପେସ ସେଟଲମେଣ୍ଟ ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କୁ ଡାକରା ଆସିଛି । ଆଉ ତାଙ୍କର ଏହି ମଡେଲ ବିଶ୍ଵରେ ଦ୍ଵିତୀୟ ସ୍ଥାନରେ ରହିଛି । ଭାରତରୁ କେବଳ ଶୁଭ୍ରାଂଶୁ ହିଁ ପ୍ରତିନିଧିତ୍ବ କରୁଛନ୍ତି ।
{"id":178688}ତାଙ୍କର ଏହି ଯାତ୍ରା ପାଇଁ ବାପା ମାଆଙ୍କୁ ଅନେକ କଷ୍ଟ ସହି ଅର୍ଥ ଯୋଗାଡ଼ କରିବାକୁ ପଡୁଛି। ବାପା ବ୍ୟାଗ୍ ସିଲେଇ କଲେ ଗୁଜୁରାଣ ମେଣ୍ଟାନ୍ତି ପରିବାରର । ତେଣୁ ପୁଅର ଖର୍ଚ୍ଚ ଉଠାଇବା କଷ୍ଟ ହେଉଛି ବୋଲି କହିଛନ୍ତି ସେ । ସରକାରୀ ସାହାଯ୍ୟ କିଛି ମିଳିଲେ ଶୁଭ୍ରାଂଶୁଙ୍କ ସ୍ବପ୍ନ ସାକାର ହୁଅନ୍ତା ବୋଲି କହିଛନ୍ତି ତାଙ୍କ ବାପା।