ବଲିଉଡ ଡେବ୍ୟୁ ପାଇଁ ମାନୁଷୀ ଛିଲ୍ଲାର ହେଲେ ପ୍ରସ୍ତୁତ, ପ୍ରଥମ ଫିଲ୍ମରେ ପ୍ରଥମ ସଟ୍‌ର ଅନୁଭବର ବଖାଣିଲେ

Published By : Prameya-News7 Bureau | November 20, 2019 IST

ମୁମ୍ବାଇ୨୦|୧୧: ୨୦୧୭ମସିହାରେ ମିସ ଓ୍ବାଲର୍ଡର କ୍ରାଉନ୍‌ ଜିତିଥିବା ମାନୁଷୀ ଛିଲ୍ଲାର ଖୁବ୍ ଶୀଘ୍ର ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। କିଛି ଦିନ ହେବ ମାନୁଷୀ ଛିଲ୍ଲାରଙ୍କ ବଲିଉଡ ଡେବ୍ୟୁକୁ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ମାନୁଷୀ ଛିଲ୍ଲାର ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ସହ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବେ।

{"id":187050,"sizeSlug":"large"}

ମାନୁଷୀ ଛିଲ୍ଲାର ଅକ୍ଷୟ କୁମାରଙ୍କ ସହ ପୃଥ୍ବୀବୀରାଜ ସିଂହଙ୍କ ବାୟୋପିକରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଚନ୍ଦ୍ର ପ୍ରକାଶ ଦ୍ବିବେଦୀ ଦେଉଥିବାବେଳେ ୟଶରାଜ ଫିଲ୍ମସ ଏହାର ପ୍ରଡକ୍ସନ କରିବ। ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ଫିଲ୍ମରେ ମାନୁଷୀ ରାଜା ପୃଥିବୀରାଜଙ୍କ ପ୍ରେମିକା ସଂଜୁକ୍ତା ଭୂମିକାରେ ଅଭିନୟ କରିଛନ୍ତି।

{"id":187051,"sizeSlug":"large"}

ଆଶ୍ଚର୍ଯ୍ୟର କଥା ଏହା ଯେ, ମାନୁଷୀ ନିଜ ପ୍ରଥମ ଫିଲ୍ମର ଶୁଟିଂ ସେହି ଦିନ ଆରମ୍ଭ କରିଛନ୍ତି  ଯେଉଁଦିନ ସେ ମିସ ୱାଲର୍ଡର କ୍ରାଉନ ପିନ୍ଧିଥିଲେ। ଏହି କ୍ରାଉନ ଜିତିବାପରେ ତାଙ୍କୁ ଅନେକ ଫିଲ୍ମର ଅଫର ଆସିଥିଲା। ଏଥିମଧ୍ୟରୁ ସେ ୟଶରାଜଙ୍କ ଫିଲ୍ମ ଅଫରକୁ ଗ୍ରହଣ କରିଥିଲେ। ଏଥିପାଇଁ ଗତ ବର୍ଷରୁ ପ୍ରଶିକ୍ଷଣ ଆରମ୍ଭ କରିସାରିଛନ୍ତି ମାନୁଷୀ।

{"id":187052,"sizeSlug":"large"}

ସେ ପ୍ରତିଦିନ ଶୁଟିଂ ସେଟକୁ ଯାଇ ଧୀରେ ଧୀରେ ସବୁ ଜିନିଷ ଶିଖିଥିଲେ ଓ ଏବେ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। କ୍ୟାମେରା ସାମ୍ନାରେ ନିଜକୁ ଉପସ୍ଥାନ କରିବା, ଲାଇଟ ହିସାବରେ ନିଜ ଶରୀରର ସନ୍ତୁଳନ ବଦଳାଇବା, ବଡ ପରଦାରେ ନିଜକୁ ମେଣ୍ଟେନ କରିବା ଏହି ସବୁକଳା ଓ କୌଶଳ ସମ୍ପର୍କରେ ତାଙ୍କୁ ଲଗାତାର ଶିକ୍ଷା ଦିଆଯାଇଛି।

{"id":187053,"sizeSlug":"large"}

ମାନୁଷୀଙ୍କ କହିବା ଅନୁସାରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବା ତାଙ୍କ ପାଇଁ କୌଣସି ସ୍ବପ୍ନରୁ କମ ନଥିଲା। ସେ ପ୍ରଥମରୁ ସ୍ଥିର କରିଥିଲେ ଯେ, ହିନ୍ଦି ସିନେମାରେ ପ୍ରିତିଷ୍ଠିତ ଅଭିନେତ୍ରୀ ଦିପିକା, ଆଲିୟା, ଶ୍ରଦ୍ଧାଙ୍କ ମୁକାବିଲାରେ ମାନୁଷୀଙ୍କୁ ପରିଚୟ ସୃଷ୍ଟି କରିବାର ଅଛି।

{"id":187057,"sizeSlug":"large"}

ମାନୁଷୀ ଛିଲ୍ଲାରଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ପୃଥିବୀରାଜ ଚୌହାନ ଆଗାମୀ ବର୍ଷ ଦୀପାବଳିରେ ରିଲିଜ ହେବ। ତାଙ୍କର ପ୍ରଥମ ଶୁଟିଂ ଅନୁଭବ ବହୁତ ଖାସ ରହିଛି ବୋଲି ମାନୁଷୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.