Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସମୁଦ୍ର ପାଣିରେ ଭାସୁଛି ୪ ହଜାର ଟନ୍ ତେଲ, ମରିସସ୍ ରେ ଜରୁରୀକାଳୀନ ସ୍ଥିତି, ଜନବସତି ପାଇଁ ବିପଦ, ଫ୍ରାନ୍ସକୁ ସାହାଯ୍ୟ ମାଗିଲେ ସରକାର

8/08/2020 at 8:56 PM

ମରିସସ ୦୮/୦୮ : ମରିଶସ୍ ରେ ଫସି ରହିଥିବା ଜାପାନର ଏକ ଜାହାଜରୁ ଟନ ଟନ ଇନ୍ଧନ ନିର୍ଗତ ହୋଇଛି | ଇନ୍ଧନ ନିର୍ଗତ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ ପରିବେଶଜନିତ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି | ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ଉପଗ୍ରହରୁ ନିଆଯାଇଥିବା ଫଟୋରେ ସମୁଦ୍ରର ନୀଳ ଜଳରାଶିରେ କଳା ରଙ୍ଗର ତେଲିଆ ପଦାର୍ଥ ଚାରିଆଡେ ବ୍ୟାପିଯାଇଥିବା ଦେଖାଦେଇଥିଲା | ସରକାର ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିଛନ୍ତି |

ରିପୋର୍ଟ ଅନୁଯାୟୀ, ଏହି ଜାହାଜରେ ପାଖାପାଖି ୪ ହଜାର ଟନ ଇନ୍ଧନ ଥିଲା |କିନ୍ତୁ ଜାହାଜ ନିମ୍ନ ଭାଗରେ ଫାଟ ସୃଷ୍ଟି ହୋଇଥିଲା |ସେହି ଫାଟରୁ ଇନ୍ଧନ ସମୁଦ୍ର ପାଣିରେ ମିଶିଥିଲା । ମରିସସ୍ ସରକାର ଏଭଳି ପରିବେଶଗତ ବିପଦ ଆଶଙ୍କାର ସଙ୍କଟରେ ସାହାଯ୍ୟ ପାଇଁ ଫ୍ରାନ୍ସକୁ ନିବେଦନ କରିଛନ୍ତି | ଏହାସହ ସେ କହିଛନ୍ତି ଯେ ଜାହାଜରୁ ଇନ୍ଧନ ନିର୍ଗତ ହେବା ଫଳରେ ୧୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ତାଙ୍କ ଦେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି ହେଉଛି | କାରଣ ତାଙ୍କ ଦେଶ ବିଶେଷ ଭାବେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଏବଂ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସମ୍ପୂର୍ଣ ପ୍ରଭାବିତ ହୋଇଛି |

ପ୍ରଧାନମନ୍ତ୍ରୀ ଜଗନ୍ନାଥ କହିଛନ୍ତି ଯେ, ତାଙ୍କ ଦେଶରେ ଫସି ରହିଥିବା ଜାହାଜଗୁଡିକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ତାଙ୍କ ଦେଶ ପାଖରେ କୌଶଳ ଓ ଅଭିଜ୍ଞତା ନାହିଁ | ସେଥିପାଇଁ ସେ ଫ୍ରାନ୍ସ ଓ ରାଷ୍ଟ୍ରପତିଙ୍କୁ ସାହାଯ୍ୟ ମାଗିଛନ୍ତି | ତେବେ ପ୍ରତିକୂଳ ପାଣିପାଗ ଯୋଗୁଁ କାମ କରିବା ଅସମ୍ଭବ ହୋଇଯାଇଛି ବୋଲି ସେ କହିଛନ୍ତି |

ଫ୍ରାନ୍ସର ରିୟୁନିଅନ୍ ଦ୍ୱୀପ ମରିସସ୍ ର ନିକଟତମ ତଥା ଘନିଷ୍ଠ ପଡୋଶୀ । ଏହାସହ ଫ୍ରାନ୍ସର ବୈଦେଶିକ ମନ୍ତ୍ରାଳୟ କହିବା ଅନୁୟାୟୀ, ଫ୍ରାନ୍ସ ମରିସସ୍ ର ପ୍ରମୁଖ ନିବେଶକ ଏବଂ ତାହାର ବଡ ବ୍ୟବସାୟିକ ଭାଗିଦାର | ପ୍ରଧାନମନ୍ତ୍ରୀ ଜଗନ୍ନାଥ ଜାହାଜର ଏକ ଚିତ୍ର ‘MV Vakashio’ ର ଫଟୋ ପୋଷ୍ଟ କରିଛନ୍ତି  | ମରିସସ୍ ପାଣିପାଗ ବିଭାଗ କହିଛି ଯେ, ସମୁଦ୍ରରେ ଟନଟନ୍ ତୈଳ ଭାସିବା ଫଳରେ ଅତ୍ୟଧିକ ବିପଦ ରହିଛି । ସାମୁଦ୍ରିକ ଜୀବ ସହଉପକୂଳବର୍ତ୍ତୀ ଜନବସତି ପାଇଁ ଏହା ଭୟଙ୍କର ବିପଦ ଆଶଙ୍କା ସୃଷ୍ଟି କରିଛି । ସେଥିପାଇଁ ଏହିଭଳି ପରିସ୍ଥିତିରେ ସମୁଦ୍ରକୁ ନ ଯିବାକୁ ଜନ ସାଧାରଣଙ୍କୁ ମରିସସ୍ ସରକାର ପରାମର୍ଶ ଦେଇଛନ୍ତି | 

   Related Posts