Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପାକିସ୍ତାନରେ କୃଷ୍ଣ ମନ୍ଦିର ପ୍ରତିଷ୍ଠା ନେଇ ହଙ୍ଗାମା : ମନ୍ଦିର ନିର୍ମାଣ କଲେ ମୁଣ୍ଡ କାଟିଦେବାକୁ ଧମକ ଦେଲେ ମୁସଲମାନ କଟ୍ଟରପନ୍ଥୀ

8/07/2020 at 1:23 PM

ଇସ୍ଲାମଵାଦ ୦୮/୦୭ : ପାକିସ୍ତାନ ଇସ୍ଲାମଵାଦରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ନେଇ ମୁସଲମାନ କଟ୍ଟରପନ୍ଥୀ ଖୋଲାଖୋଲି ଧମକ ଦେଉଛନ୍ତି | ପାକିସ୍ତାନର ଧାମିକ ସଭାରେ କିଛି କଟ୍ଟରପନ୍ଥୀ ମୌଲାନା ଶ୍ରୀକୃଷ୍ଣ ମନ୍ଦିର ନିର୍ମାଣକୁ ନେଇ ହିଂସାତ୍ମକ ଧମକ ଦେଉଥିବା ଅଭିଯୋଗ ହୋଇଛି | ପାକିସ୍ତାନର ଆଲୋଚକ ତଥା ଲେଖକ ତାରିକ ଫତେହ ଜଣେ ମୌଲାନାଙ୍କ ଟ୍ୱିଟ ସେୟାର କରି କହିଛନ୍ତି ଯେ ମୌଲାନା ଶ୍ରୀକୃଷ୍ଣ ମନ୍ଦିର ନିର୍ମାଣକୁ ନେଇ ଖୋଲାଖୋଲି ମୁଣ୍ଡ କାଟ କରିବାକୁ ଲୋକଙ୍କୁ ଧମକ ଦେଉଛନ୍ତି |

ସୂଚନାଯୋଗ୍ୟ ଯେ, କଟ୍ଟରପନ୍ଥୀଙ୍କ ବିରୋଧ ଆଗରେ ଇମ୍ରାନ ଖାନ ସରକାର ମନ୍ଦିର ନିର୍ମାଣ ନିଷ୍ପତ୍ତି ରଦ୍ଦ କରିଥିଲେ | ତାରିକ ଯେଉଁ ଭିଡିଓ ଟ୍ୱିଟ କରିଛନ୍ତି ସେଥିରେ ଜଣେ ମୌଲାନା ଏକ ଧାର୍ମିକ ସଭାରେ ଧମକ ଦେଉଛନ୍ତି ଯେ ଯେଉଁମାନେ ଇସ୍ଲାମଵାଦରେ ହିନ୍ଦୁ ମନ୍ଦିର ନିର୍ମାଣକୁ ସମର୍ଥନ କରୁଛନ୍ତି ସେମାନଙ୍କ ମୁଣ୍ଡ କାଟି ଦିଆଯିବ | ମୁଣ୍ଡ ମନ୍ଦିରରେ ଚଢେଇ ଦିଆଯିବ ଏବଂ କୁକୁରଙ୍କୁ ଦେଇ ଦିଆଯିବ ବୋଲି ମଧ୍ୟ କହିଛନ୍ତି | ମସଜିଦ ଚାନ୍ଦା ଆଦାୟ କରି ନିର୍ମାଣ କରାଯାଉଛି ଏବଂ ମନ୍ଦିର ପାକିସ୍ତାନର ଖଜଣା ଟଙ୍କାରେ ତିଆରି ହେଉଛି | ଯଦି ମନ୍ଦିର ତିଆରି ହେବା ତାହେଲେ ମୁଣ୍ଡ କାଟି ମନ୍ଦିର ସାମ୍ନାରେ ବୁଲୁଥିବା କୁକୁରଙ୍କୁ ଖାଇବାକୁ ଦେଇ ଦିଆଯିବ ବୋଲି ଭିଡିଓରେ ମୌଲାନା କହୁଛନ୍ତି | 

ଏହା ପୂର୍ବରୁ ପାକିସ୍ତାନରେ ଶ୍ରୀକୃଷ୍ଣ ମନ୍ଦିର ନିର୍ମାଣ ଉପରେ ରୋକ ଲାଗିବା ସତ୍ତ୍ୱେ କଟ୍ଟରପନ୍ଥୀ ମନ୍ଦିର ଜମି ଜବରଦଖଲ କରିଛନ୍ତି | ଜଣେ ମୌଲାନାଙ୍କ ନେତୃତ୍ୱରେ କିଛି ଲୋକ ମନ୍ଦିରର ଭିତ୍ତି ପ୍ରସ୍ତର ଓ କାନ୍ଥ ଭାଙ୍ଗି ଦେଇଥିଲେ | ଇମ୍ରାନ ସରକାର ଦୁଇ ଦିନ ପୂର୍ବରୁ ମୁସଲମାନ କଟ୍ଟରପନ୍ଥୀଙ୍କ ଆଗରେ ମୁଣ୍ଡ ନୁଆଇଁ ମନ୍ଦିର ନିର୍ମାଣ ଉପରେ ରୋକ ଲଗାଇଥିଲେ | ମନ୍ଦିର ପାକିସ୍ତାନର କ୍ୟାପିଟାଲ ଡେଭେଲପ୍ମେଣ୍ଟ ଅଥୋରିଟି ନିର୍ମାଣ କରୁଥିଲା | ପାକିସ୍ତାନ ସରକାର ବର୍ତ୍ତମାନ ମନ୍ଦିର ସମ୍ବନ୍ଧରେ ଇସ୍ଲାମିକ ଆଇଡୋଲୋଜି କାଉନସିଲ ସହ ପରାମର୍ଶ କରିବାକୁ ନିଷ୍ପତ୍ତି ନେଇଛି |

ଇସ୍ଲାମଵାଦରେ ଥିବା ଅଳ୍ପ ସଂଖ୍ୟକ ହିନ୍ଦୁ କୃଷ୍ଣ ମନ୍ଦିର ନିର୍ମାଣ ପାଇଁ ବହୁ ବର୍ଷରୁ ଦାବି କରୁଛନ୍ତି | ଏହି ମନ୍ଦିର ଇସ୍ଲାମଵାଦର H-9 ଅଞ୍ଚଳରେ ୨୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହେଉଥିଲା | ପାକିସ୍ତାନର ମାନବାଧିକାରର ସଂସଦୀୟ ସଚିବ ଲାଲ ଚାନ୍ଦା ମାଲ୍ହି ଏହି ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ | ମାଲ୍ହି କହିଛନ୍ତି ଯେ ୧୯୪୭ ମସିହା ପୂର୍ବରୁ ଇସ୍ଲାମଵାଦ ଏବଂ ତାର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ହିନ୍ଦୁ ମନ୍ଦିର ଥିଲା | ଏହି ମନ୍ଦିର ବିରୋଧରେ ହାଇକୋର୍ଟରେ ଜଣେ ଓକିଲ ଆବେଦନ କରିଥିଲେ | କୋର୍ଟ କହିଥିଲେ ଯେ ସରକାର ଅଳ୍ପ ସଂଖ୍ୟକଙ୍କ ଅଧିକାର ଉପରେ ମଧ୍ୟ ଦୃଷ୍ଟି ଦେବା ଉଚିତ |

   Related Posts