Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

‘ମାୌକା-ଇ-ଭର୍ଦାତ’ର ଆସିଷ୍ଟାଣ୍ଟ ଆର୍ଟ ଡାଇରେକ୍ଟରଙ୍କ କରୋନାରେ ଦେହାନ୍ତ: ପରିବାରକୁ ୧୧ ଲକ୍ଷ ଟଙ୍କା ଦେଲେ ନିର୍ମାତା

2/06/2021 at 7:30 AM

ନୂଆଦିଲ୍ଲୀ ୦୨/୦୬: ଟିଭି ସିରିଏଲ ‘ମାୌକା-ଇ-ଭର୍ଦାତ’ର ଆସିଷ୍ଟାଣ୍ଟ ଆର୍ଟ ଡାଇରେକ୍ଟର  ଲକ୍ଷ୍ମଣ ଶର୍ମାଙ୍କର କିଛି ଦିନ ପୂର୍ବରୁ ୪୫ ବର୍ଷ ବୟସରେ କରୋନା କାରଣରୁ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ସୋ’ର ନିର୍ମାତାମାନେ ତାଙ୍କ ପରିବାରକୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ କର୍ମଚାରୀ (FWICE) ର ସାଧାରଣ ସମ୍ପାଦକ ଅଶୋକ ଦୁବେ କହିଛନ୍ତି ଯେ ଲକ୍ଷ୍ମଣଙ୍କୁ ପଜିଟିଭ୍ ମିଳିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଅଶୋକ ଦୁବେ କହିଛନ୍ତି, “ଲକ୍ଷ୍ମଣ ଶର୍ମା ଜଣେ ସହକାରୀ କଳା ନିର୍ଦ୍ଦେଶକ ଥିଲେ। ଲକ୍ଷ୍ମଣ ଦିଲ୍ଲୀର ସିରିଏଲ ‘ମୌକା-ଇ-ଭର୍ଦାତ’ର ସୁଟିଂରୁ ଫେରିବା ପରେ କରୋନା ସଂକ୍ରମିତ ଥିବା ଜଣାପଡିଥିଲେ । ପରେ ତାଙ୍କୁ ସେଭେନ ହିଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଲକ୍ଷ୍ମଣଙ୍କ ଦେହାନ୍ତ ପରେ ସୋ’ର ନିର୍ମାତାମାନଙ୍କ ସହ ଆମର ମିଳିତ ବୈଠକ ହୋଇଥିଲା। ଏହି ବୈଠକରେ ଲକ୍ଷ୍ମଣଙ୍କ ପତ୍ନୀଙ୍କୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଲକ୍ଷ୍ମଣଙ୍କର ଦୁଇଟି ଛୋଟ ଝିଅ ଅଛନ୍ତି । ଲକ୍ଷ୍ମଣ ମଧ୍ୟ କୌଣସି କୋଭିଡ -୧୯ ବୀମା କରିନଥିଲେ । ସୋ ପାଇଁ ଲକ୍ଷ୍ମଣ କେବଳ ଗୋଟିଏ ସପ୍ତାହ ପାଇଁ ସୁଟିଂ କରିଥିଲେ। “

ଲକ୍ଷ୍ମଣଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦେଇ ତାଙ୍କର ଜଣେ ବନ୍ଧୁ କହିଛନ୍ତି, “ଦିଲ୍ଲୀରେ ତାଙ୍କୁ ଜ୍ୱର ହୋଇଥିଲା। ଆମେ ସେଠାରେ ସୁଟିଂ କରୁଥିଲୁ ଏବଂ ପରେ ସେ ସୁସ୍ଥ ହୋଇ ଯାଇଥିଲେ। ମୁମ୍ବାଇ ଫେରିଯିବା ପରେ ସେ କୋଭିଡ -୧୯ ପରୀକ୍ଷା କରିଥିଲେ। ଯାହାର ରିପୋର୍ଟ ପଜେଟିଭ୍ ଆସିଥତିଲା ଏବଂ ତାଙ୍କର ମଧ୍ୟ ଗୁରୁତର ଲକ୍ଷଣ ଥିଲା। ସେ ଆଉ ନାହାଁନ୍ତି ଏହା ଅତ୍ୟନ୍ତ ଦୁଃଖଦାୟକ। “

   Related Posts