ଏ କେମିତିକା ସେଲିବ୍ରେସନ ! ମ୍ୟାଚ ବିଜୟ ପରେ ଜୋତାରେ ସୂରାପାନ କଲେ ଏହି ଖେଳାଳି

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଲୀ ୧୫/୧୧: ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ସହ ରେକର୍ଡ କରିଛି ଦଳ । ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଠ ୱିକେଟ୍ ବିଜୟ କରିବା ପରେ ଅଷ୍ଟ୍ରେଲୀୟ ଡ୍ରେସିଂ ରୁମରେ ଉତ୍ସବ ପାଳନ କରାଯାଇଥିଲା ।

ଖେଳାଳିମାନେ ଉତ୍ସବରେ ଏତେ ମଜ୍ଜି ଯାଇଥିଲେ ଯେ ସେମାନେ ଜୋତାରେ ମଦ ପିଇବାରେ ଲାଗିଥିଲେ । ଅଷ୍ଟ୍ରେଲୀୟ ଡ୍ରେସିଂ ରୁମର ଉତ୍ସବର ଏକ ଭିଡିଓ ଆଇସିସି ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛି । ଏହି ଭିଡିଓରେ, ମାଥ୍ୟୁ ୱେଡ୍ ତାଙ୍କ ଜୋତାରେ ଟେକିବା ସହ ସେଥିରେ ମଦ ଢାଳିଥିଲେ । କେବଳ ଢାଳିନଥିଲେ ଜୋତା ଟେକି ମଦ ପାନ ବି କରିଥିଲେ ।

wp:html
/wp:html

ପରେ ମାର୍କସ୍ ଷ୍ଟୋଇନିସ୍ ତାଙ୍କଠାରୁ ଜୋତା ନେଇ ସେଥିରେ ମଦ ଢାଳି ପିଇଲେ । ଏହି ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଟାଇଟଲ ପ୍ରତିଯୋଗୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇନଥିଲା । ଏଥି ସହିତ ଟୁର୍ଣ୍ଣାମେଣ୍ଟର ଠିକ୍ ପୂର୍ବରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସମୟରେ ଦଳର ଓପନର୍ ଡେଭିଡ୍ ୱାର୍ଣ୍ଣର ସନରାଇଜର୍ସ ହାଇଦ୍ରାବାଦ ଦଳରୁ ଓହରି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.