ବରଗଡ଼ରେ ମହିଳା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଘଟଣା , ଆରମ୍ଭ ହେଲା ତଦନ୍ତ

Published By : Prameya-News7 Bureau | January 25, 2020 IST

ବରଗଡ ୨୫।୦୧ - ବରଗଡ଼ ଜିଲ୍ଲା ରେ ମାତୃଛାୟା ଆଶ୍ରମ ରେ ମହିଳା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଘଟଣା  ବିଳମ୍ବରେ ହେଲେବି ଆରମ୍ଭ ହୋଇଛି ତଦନ୍ତ ,ଗଣମାଧ୍ୟମ  ଓ ଜିଲ୍ଲା ବିଜେପି ର ଚାପ ପରେ ବାଧ୍ୟ ହୋଇଛି ପ୍ରଶାସନ ତଦନ୍ତ ପାଇଁ ।ଘଟଣା ର ୨ ଦିନ ପରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାପରେ ପିଡିତା  ମାନେ ନିଜେ ଲିଖିତ ଅଭିଯୋଗ  ସଦର ଥାନା ରେ କରିବା ପରେ  ମାମଲା ରୁଜୁ ହୋଇଥିଲା । ଅନ୍ୟ ପକ୍ଷରେ ନିଉଜ ସେଭେନ ରେ ବାରମ୍ବାର ଖବର ପ୍ରସାରଣ ପରେ ପ୍ରଶାସନ ତଦନ୍ତରେ ଆଗେଇଛି ।

{"id":215962,"sizeSlug":"large"}

ବରଗଡ଼ ମାତୃଛାୟା ଆଶ୍ରମରେ ଚଢାଉ । ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଉପରେ ଆରମ୍ଭ ହୋଇଛି ଖୋଳତାଡ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁବିକାଶ ଯୋଜନା ଅଧିକାରୀଙ୍କ ସହ ପୋଲିସ ଟିମ୍ ଆଶ୍ରମରେ ଚଢଉ କରିଛନ୍ତି । ଆଶ୍ରମ ପରିଚାଳକ ଦେବଦତ୍ତ ତ୍ରିପାଠୀଙ୍କୁ ପଚରାଉଚରା କରିଛି ଟିମ୍। ତିନି ଜଣ ଅନ୍ତେବାସୀଙ୍କ ଲିଖିତ ଅଭିଯୋଗ ସଂପର୍କରେ ଅଶ୍ରମର ସମସ୍ତଙ୍କୁ ପଚରାଉଚରା କରାଯାଇଛି । ଘଟଣାରେ ଆଉ ଏକ ରୋଚକ ମୋଡ଼ ନେଇଛି ।  ନିର୍ଯାତନା ଅଭିଯୋଗ ଆଣିଥିବା ଅନ୍ତେବାସୀଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ସ୍ୱାମୀ ବୁଝା ସୁଝା କରି ଘରକୁ ଫେରେଇ ନେଇଛନ୍ତି । ପାରିବାରିକ କଳହକୁ ନେଇ କିଛି ଦିନ ହେଲା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପଡୁ ନଥିଲା ।

{"id":215964,"sizeSlug":"large"}

ବରଗଡ ସଦର ଥାନା ଅଞ୍ଚଳରେ ଥିବା ମାତୃଛାୟା ଆଶ୍ରମରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯିବା  ସହ ଉଲଗ୍ନ କରି ଫଟୋ ଉଠାଯାଇଥିବା ଅଭିଯୋଗ ହୋଇଥିଲା । ଏମିତିକି ଅନ୍ତେବାସୀଙ୍କୁ ବାହାରେ ବିକ୍ରି କରିବାକୁ ଯୋଜନା ହୋଇଥିବା ୩ ଅନ୍ତେବାସୀ ଅତିରିକ୍ତ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଦୁଇ ଦିନ ତଳେ ଏନେଇ ଆଶ୍ରମ ବିରୋଧରେ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ନ୍ୟୁଜ୍ ସେଭେନ୍ ରେ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଥିଲା ପ୍ରଶାସନ । ତେବେ ଘଟଣାର ତଦନ୍ତରେ ପୋଲିସ କାହିଁକି ବିଳମ୍ବ କଲା ବୋଲି ପ୍ରଶ୍ନ କରିଛନ୍ତି ବରଗଡ ବିଜେପି ନେତା ଅଶ୍ବିନୀ ଷଡଙ୍ଗୀ ।

{"id":215965,"sizeSlug":"large"}

ଆଶ୍ରମର ଏପରି କାର୍ଯ୍ୟକଳାପକୁ ବିରୋଧ କରି ଚକରକେନ୍ଦ କଲେଜର ଛାତ୍ର ଛାତ୍ରୀ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଆଶ୍ରମକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.