ଷଣ୍ଢଙ୍କ ପାଇଁ ଆରମ୍ଭ ହେଲା ମାଟ୍ରିମୋନିଆଲ ସାଇଟ୍‌

Published By : Prameya-News7 Bureau | December 26, 2019 IST

ମଧ୍ୟପ୍ରଦେଶ୨୬/୧୨: ଆପଣ ସାଧାରଣତଃ ମଣିଷ ମାନଙ୍କ ମାଟ୍ରି ମୋନିଆଲ ସାଇଟ୍ ଦେଖିଥିବେ । ହେଲେ କେବେ ପଶୁ ମାନଙ୍କ ମାଟ୍ରି ମୋନିଆଲ ସାଇଟ୍ ଦେଖିଛନ୍ତି କି ? ହେଲେ ଏବେ ଏମିତି ଏକ ନିଆରା ମାଟ୍ରି ମୋନିଆଲ ସାଇଟ୍ ଆରମ୍ଭ କରିଛନ୍ତି ମଧ୍ୟ ପ୍ରଦେଶ ପ୍ରାଣୀ ସମ୍ପଦ ବିଭାଗ ।

ସାଧାରଣତ ଷଣ୍ଢଙ୍କ ପାଇଁ ଆରମ୍ଭ ହୋଇଛି ଏହି ମାଟ୍ରି ମୋନିଆଲ ସାଇଟ୍ । ଏହି ମାଟ୍ରି ମୋନିଆଲ ରେକର୍ଡରେ ପ୍ରାୟ ୧୬ ପ୍ରଜାତିର ୨ ଶହ ଷଣ୍ଢଙ୍କୁ ସ୍ଥାନ ଦିଆଯାଇଛି । ଯେଉଁଥିରେ ଚାଷୀ ମାନେ ସେମାନଙ୍କ ଗାଈ ପାଇଁ ଉପଯୁକ୍ତ ଷଣ୍ଢକୁ ଚିହ୍ନଟ କରିପାରିବେ । ତେବେ ଏହି ରେକର୍ଡର ନାଁ Sire Directory ରଖାଯାଇଛି ।

ଏଥିରେ ଷଣ୍ଢ ମାନଙ୍କର ତିନୋଟି ବିଭାଗ କରି ତଥ୍ୟ ମାନ ଉପସ୍ଥାପନ କରାଯାଇଛି । ପ୍ରଥମଟି ସାଧାରଣ ତଥ୍ୟ, ଦ୍ବିତୀୟଟିରେ ଷଣ୍ଢ ମାନଙ୍କର ବିଶେଷତା ଏବଂ ତୃତୀୟଟିରେ ଷଣ୍ଢଙ୍କର ବଂଶାନୁକ୍ରମିକ ତଥ୍ୟ ପ୍ରଦାନ କରାଯାଇଛି । ଏହି ସବୁଥିରେ ଷଣ୍ଢଙ୍କର ଜନ୍ମ ତାରିଖ ,ପ୍ରଜାତି , ମୋଟାପଣ, ପ୍ରୋଟିନ ମାତ୍ରା, ଉଚ୍ଚତା, ସ୍ବାସ୍ଥ୍ୟ, ୟୁଆରଡି ଇତ୍ୟାଦି ସ୍ଥାନ ପାଇଛି । ଏମିତି କରିବା ପଛରେ ଚାଷୀ ମାନେ ବିଶେଷ ଲାଭ ବାନ ହୋଇପାରିବେ ବୋଲି ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.