ବର ନ ଖୋଜି ପାରିବା ପଡ଼ିଲା ମହଙ୍ଗା : ମାଟ୍ରିମୋନିଆଲ ସାଇଟକୁ ଦେବାକୁ ପଡ଼ିବ ଜୋରିମାନା

Published By : Prameya-News7 Bureau | October 20, 2019 IST

ଚଣ୍ଡିଗଡ଼ ୨୦/୧୦: ଅଧିକାଂଶ ଲୋକେ ନିଜ ଜୀବନସାଥୀ ଖୋଜିବା ପାଇଁ ମାଟ୍ରିମୋନିଆଲ୍ ସାଇଟର ସହାୟତା ନେଇଥାଆନ୍ତି। ଏଥିପାଇଁ ତାଙ୍କୁ ମୋଟା ଟଙ୍କା ଦେବାକୁ ପଡ଼ିଥାଏ। ପ୍ରାୟ ଲୋକେ ନିଜର ସ୍ବପ୍ନର ରାଜକୁମାର /ରାଜକୁମାରୀ ପାଇବା ଆଶାରେ ଯେତେ ଟଙ୍କା ହେଉ ପଛେ ଦେବାକୁ ପ୍ରସ୍ତୁତ ଥାଆନ୍ତି। କିନ୍ତୁ ନିକଟରେ ଏକ ମାଟ୍ରିମୋନିଆଲ୍ ଏଜେନ୍ସିକୁ ଆଦାୟ କରିବା ଏବଂ ମନ ମୁତାବକ ପୁଅ ଖୋଜି ନ ପାରିବା ମହଙ୍ଗା ପଡ଼ିଛି।

ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଖବର ଅନୁସାରେ ଏହି ବିଫଳତା ଯୋଗୁଁ ଏଜେନ୍ସି ଉପରେ ୬୨ହଜାର ଟଙ୍କାର ଜୋରିମାନା କରାଯାଇଛି। ସୁରେନ୍ଦ୍ର ପାଲ ସିଂହ ଚହଲ ଏବଂ ତାଙ୍କ ପତ୍ନୀ ନରେନ୍ଦ୍ର କୌର ଚହଲଙ୍କ ଅଭିଯୋଗରେ ଚଣ୍ଡିଗଡ଼ରେ ଥିବା ଉପଭୋକ୍ତା ଫୋରମ୍ ସେହି ସଂସ୍ଥା ଉପରେ ୬୨୦ଜାର ଟଙ୍କାର ଜୋରିମାନା କରିଛି।

ଏହି ଦମ୍ପତି ୨୦୧୮ମସିହା ଡିସେମ୍ବରରେ ଅଭିଯୋଗ କରିଥିଲେ ଯେ,୫୦ହଜାର ଟଙ୍କାର ବିନିଯୋଗ କରିବା ସତ୍ବେ ମାଟ୍ରିମୋନିଆଲ ସେବା ପ୍ରଦାନ କରୁଥିବା ସଂସ୍ଥା ୨୦୧୭ମସିହାରୁ ଏବେ ଯାଏଁ ତାଙ୍କର ଡାକ୍ତର ଝିଅ ପାଇଁ ଯୋଗ୍ୟ ବର ଖୋଜି ପାରିଲା ନାହିଁ।

ଦମ୍ପତି ସଂସ୍ଥାକୁ କହିଥିଲେ ଯେ ତାଙ୍କର ଝିଅ ମାଙ୍ଗଳିକ। ସେମାନେ ଏଜେନ୍ସିଠୁ ଚଣ୍ଡିଗଡ଼ ଏବଂ ଆଖପାଖ ଅଞ୍ଚଳର ମାଙ୍ଗଳିକ ଏବଂ ବୃତ୍ତିରେ ଡାକ୍ତର ହୋଇଥିବା ଜାଠ ସମ୍ପ୍ରଦାୟର ପୁଅଙ୍କ ଫଟୋ ମାଗିଥିଲେ। କିନ୍ତୁ ଏହି ଏଜେନ୍ସି ଦମ୍ପତିଙ୍କୁ ଯେଉଁ ବାୟୋଡାଟା ଦେଇଥିଲା ତାହା ସେମାନଙ୍କ ମନ ମୁତାବକ ନଥିଲା।

ଫୋରମ୍ ଏଥିରୁ ସ୍ପଷ୍ଟ କରିଥିଲା ଯେ ଏହି ଏଜେନ୍ସି ଗ୍ରାହକଙ୍କ ସମୟ ବରବାଦ କରିଥିଲା ଏବଂ କୌଣସି ଯୋଗ୍ୟ ଯୁବକଙ୍କ ସାକ୍ଷାତ କରାଇପାରି ନଥିଲା। ଫୋରମ୍ ଏଜେନ୍ସିକୁ ୫୦ହଜାର ଟଙ୍କା ଫେରାଇବାକୁ ମଧ୍ୟ କହିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.