Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମେ’ ୨୦ରୁ ୬୦ କେନ୍ଦ୍ରରେ ହେବ ମାଟ୍ରିକ ମୁଲ୍ୟାୟନ, ୨ଟି ସିଫ୍ଟରେ ହେବ ଖାତା ଦେଖା

11/05/2020 at 2:50 PM

କଟକ ୧୧।୦୫: ଆସନ୍ତା ୨୦ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା । ମୂଲ୍ୟାୟନ ପାଇଁ ୬ ହଜାର ଶିକ୍ଷକ ନିଯୁକ୍ତି ହେବେ । ୨ଟି ସିଫ୍ଟରେ ହେବ ଖାତା ଦେଖା । ଶିକ୍ଷକମାନେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ପୂର୍ବରୁ ଖାତା ଦେଖିବାକୁ ୧୬ରୁ ୧୭ ହଜାର ଶିକ୍ଷକ ନିଯୁକ୍ତି ହୋଇଥିବାବେଳେ ଚଳିତ ବର୍ଷ ଅଧିକ ୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି । କୌଣସି କଣ୍ଟେନମେଣ୍ଟ ଜୋନରେ ଖାତା ଦେଖା କେନ୍ଦ୍ର କରାଯାଇନାହିଁ । ବାକି ସବୁ ଜୋନରେ ଖାତା ଦେଖା ହେବ । ପରବର୍ତ୍ତୀ ସମୟରେ ଯେଉଁ ଅଞ୍ଚଳ କଣ୍ଟେନମେଣ୍ଟ ଅନ୍ତର୍ଭୂକ୍ତ ହେବ ସେ କେନ୍ଦ୍ରକୁ ବଦଳାଯିବ । ମୂଲ୍ୟାୟନ ଏବଂ ପ୍ରୋସେସିଂ ପରେ ରେଜଲ୍ଟ ବାହାରିବା ନେଇ ନିଷ୍ପତ୍ତି କରାଯିବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।  ପୂର୍ବରୁ ମଧ୍ୟ ମାଟ୍ରିକ ଖାତା ଦେଖା ନେଇ ବିଭାଗୀୟ ମନ୍ତ୍ରୀ ଘୋଷଣା କରିସାରିଛନ୍ତି ।

କରୋନା ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । ତେବେ ଗ୍ରୀଷ୍ମଛୁଟି ପରେ, କେନ୍ଦ୍ର ସରକାର ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିବାକୁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଯୁଗ୍ମ-ଅଯୁଗ୍ମ ରୋଲ୍ ନମ୍ବରକୁ ଭିତ୍ତି କରି ନୂଆ ଫର୍ମୂଲାରେ ଅଧା ପିଲାଙ୍କୁ ନେଇ ସାମାଜିକ ଦୂରତା ବଜାୟ ରଖି ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛି । ତେବେ ଏଯାଏଁ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟର ମାର୍ଗଦର୍ଶିକା ମିଳିନାହିଁ । ଏହା ମିଳିବା ପରେ ହିଁ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଅନଲାଇନରେ ଶିକ୍ଷାଦାନ ସହ ଛୁଟିରେ ପିଲାମାନେ ଅନ୍ୟ କଣ ସବୁ ପ୍ରୋଜେକ୍ଟ କାମ କରିବେ ସେ ନେଇ ମଧ୍ୟ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ମାର୍ଗଦର୍ଶିକାରେ ଗୁରୁତ୍ବ ଦେଉଛନ୍ତି।

   Related Posts