ଆସନ୍ତା ୨୧ରୁ ମାଟ୍ରିକ ଖାତା ଦେଖା, ୬୦ଟି କେନ୍ଦ୍ରରେ ମୂଲ୍ୟାୟନ ହେବ

Published By : Prameya-News7 Bureau | May 18, 2020 IST

ଭୁବନେଶ୍ୱର ୧୮।୦୫: ଆସନ୍ତା ୨୧ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ଓଡିଶାର ୬୦ଟି କେନ୍ଦ୍ରରେ ମୂଲ୍ୟାୟନ ହେବ । ମୂଲ୍ୟାୟନ କେନ୍ଦ୍ରର ୧୦କିମି ପରିଧି ଭିତରେ ଥିବା ଶିକ୍ଷକ ଖାତା ଦେଖିବେ । ଆସନ୍ତା ୨୦ତାରିଖରେ ମୂଲ୍ୟାୟନ ହେବାର ଥିଲା ତେବେ ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ମୂଲ୍ୟାୟନ ତାରିଖ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି । ସେହିପରି ଯୁକ୍ତ ୨ରେ ବାକି ଥିବା ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ଭିତରେ ହେବ । କଳା, ବିଜ୍ଞାନ  ଏବଂ ବାଣିଜ୍ୟରେ ୨୩ ବିଷୟ ବାକି ରହିଛି । ପରୀକ୍ଷା ସରିଥିବା ଖାତାର ମୂଲ୍ୟାୟନ ଜୁନ୧ ତାରିଖରୁ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.