ଚଳିତ ବର୍ଷ ହେବନି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

Published By : Prameya-News7 Bureau | June 26, 2021 IST

କଟକ ୨୬।୦୬ : ଚଳିତ ବର୍ଷ ହେବନି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ।  ବିନା ମାଟ୍ରିକ ପରୀକ୍ଷାରେ ମୂଲ୍ୟାୟାନ କରାଯାଇ ବୋର୍ଡ ରେଜଲ୍ଟ ଘୋଷଣା କରିବା ପରେ ଏଥର ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ନାହିଁ ବୋଲି ଘୋଷଣା କରିଛି ବୋର୍ଡ । ନମ୍ବରରେ ଅସନ୍ତୁଷ୍ଟ, ଫେଲ୍‌ ହୋଇଥିବା ଏବଂ ଫର୍ମ ପୂରଣ କରିପାରିବା ନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିବାରୁ ଚଳିତ ବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ବୋର୍ଡ ପକ୍ଷରୁ ବାତିଲ୍‌ କରାଯାଇଛି ।

ଅନ୍ୟପକ୍ଷରେ ଉକ୍ତ ବିକଳ୍ପ ପରୀକ୍ଷା ପ୍ରାୟତଃ ଅଗଷ୍ଟ ମାସ ଶେଷ ସୁଦ୍ଧା ସାରିବା ପାଇଁ ସରକାର ନିଷ୍ପତ୍ତି ନେବାର ଯୋଜନା ରହିଛି । ଏପରିସ୍ଥିତିରେ ସପ୍ଲିମେଣ୍ଟରୀ ପରୀକ୍ଷା ପାଇଁ ବୋର୍ଡ ପାଖରେ ସମୟ ସୁଯୋଗ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷା ନହେଲେ ମଧ୍ୟ ଚଳିତ ହାଇସ୍କୁଲ୍‌ ସାର୍ଟିଫିକେଟ୍‌ରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୫ ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଫର୍ମପୂରଣ କରି ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.