ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୧୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ

Published By : Prameya-News7 Bureau | September 14, 2020 IST


ଭୁବନେଶ୍ୱର ୧୪।୦୯: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୪ରେ ଶେଷ ହେବ । ପରୀକ୍ଷା ଦେବେ ମୋଟ ୩୫ ହଜାର ୫୮୮ ଛାତ୍ରଛାତ୍ରୀ । ମାଟ୍ରିକ ସପ୍ଲିମେଣ୍ଟାରୀ ପାଇଁ ୧୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଓପନ୍ ପରୀକ୍ଷା ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ସୂଚନା ଦେଇଛନ୍ତି ।

୨୨ହଜାର ୬ଶହ ୪୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିବା ବେଳେ ୧୨ହଜାର ୯ଶହ ୩୯ଜଣ ପରୀକ୍ଷାର୍ଥୀ ଓପନ୍ ସ୍କୁଲ ପରୀକ୍ଷା ଦେବେ । ଚଳିତ ବର୍ଷ ଶହେ ମାର୍କ ବଦଳରେ ପ୍ରତି ବିଷୟରେ ୮୦ ନମ୍ବରର ପରୀକ୍ଷା କରାଯିବ । ପୂର୍ବାହ୍ନ ୧୦ଟା ବେଳେ ପରୀକ୍ଷା ଆରମ୍ଭ ହେବ । କୋଭିଡ-19 ଗାଇଡ଼ଲାଇନ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପରୀକ୍ଷା ସୁପରିଚାଳନା ପାଇଁ ପୋଲିସ ସୁରକ୍ଷା କର୍ମୀ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ରହିବେ। ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.