ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା
22/06/2018 at 5:36 AM

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା । ମୋଟ ୧୦୦ଟି କେନ୍ଦ୍ରରେ ୨୬ ହଜାର ୬୪୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଶୁକ୍ରବାର ପ୍ରଥମ ଭାଷା ଓଡ଼ିଆ, ୨୩ ତାରିଖରେ ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ । ୧୭ ତାରିଖରୁ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଗୁଡିକୁ ପରୀକ୍ଷା କେନ୍ଦ୍ରକୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗତକାଲି ସଂଧ୍ୟା ସୁଦ୍ଧା ସବୁ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ପରୀକ୍ଷା ସକାଳ ୯ ଟାରୁ ୧୧ଟା ୩୦ ଯାଏ ଚାଲିବ । ୯ ଟାରୁ ୧୦ ଟା ପର୍ଯ୍ୟନ୍ତ ଓଏମ୍ ଆର୍ ଓ ୧୦ଟାରୁ ସାଢେ ୧୧ ଯାଏ ଦୀର୍ଘ ଉତ୍ତରମୂଳକ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଗଣିତ ପରୀକ୍ଷା ଦିନ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ମିନଟ୍ ସମୟ ଦିଆଯିବ । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଗୋଟିଏ ସିଟିଂରେ ପରୀକ୍ଷା ଦେବେ । କପି ରୋକିବାକୁ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ୨୯ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।